Home କେନ୍ଦୁଝର ନୁତନ ବିଜେପି କର୍ମକର୍ତ୍ତାଙ୍କୁ ଶୁଭେଚ୍ଛାର ସୁଅ

ନୁତନ ବିଜେପି କର୍ମକର୍ତ୍ତାଙ୍କୁ ଶୁଭେଚ୍ଛାର ସୁଅ

45

ହାଟଡିହି, ୨୩ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ବିଜେପି ନେତା ଜ୍ଞାନ ରଞ୍ଜନ ସାମନ୍ତ ସିଂହାର କେନ୍ଦୁଝର ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେବାପରେ ସୁବସ୍ତରରୁ ତାଙ୍କୁ ଶୁଚ୍ଛୋର ସୁଅ ଛୁଟିଛି । ଜ୍ଞାନରଞ୍ଜନ ଜଣେ ଅନୁଭବୀ, ଦକ୍ଷ ସଂଗଠକ ଭାବେ ଖାଲି କେନ୍ଦୁଝର ନୁହଁ ରାଜ୍ୟ ବିଜେପିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେହିପରି ଜିଲ୍ଲା ଉପସଭାପତି ଭାବେ ନିରାକାର ଦଳେଇ, ଜିଲ୍ଲା ସମ୍ପାଦିକା ଭାବେ ଅସୀମା ମିଶ୍ର ଓ ଯୁବ ସମାଜସେବୀ ଯଜ୍ଞ ପ୍ରସାଦଙ୍କୁ ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି । ଏହାକୁନେଇ ସମଗ୍ର ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଜି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ସମେତ ବିଭିନ୍ନ ମଣ୍ଡଳର ସଭାପତି ଓ କର୍ମୀମାନେ ସେମାନଙ୍କ ବାସଭବନରେ ପହଞ୍ଚି ଉତ୍ତରୀୟ ଓ ପୁଷ୍ପଗୁଚ୍ଛଦେଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.