Home କେନ୍ଦୁଝର ନୁତନ ତହସିଲଦାରଙ୍କ ଯୋଗଦାନ

ନୁତନ ତହସିଲଦାରଙ୍କ ଯୋଗଦାନ

10

ହାଟଡ଼ିହି, ୨୬/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲରେ ନୁତନ ତହସିଲଦାର ଭାବେ କିର୍ତ୍ତନ ବିହାରୀ ଓଝା କାର୍ଯ୍ୟରେ ଯୋଗଦେଇଛନ୍ତି । ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଡେପୁଟି କଲେକ୍ଟର କିର୍ତ୍ତନ ବିହାରୀ ଓଝା ଗତକାଲି ତହସିଲରେ ପହଞ୍ଚିବାପରେ ତାଙ୍କୁ ତହସିଲଦାର ଗାୟତ୍ରୀ ସୋରେନ ଓ ତହସିଲର କର୍ମଚାରୀ ମାନଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ପରେ ପୁର୍ବତନ ତହସିଲଦାର ଗାୟତ୍ରୀ ସୋରେନଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ପୁର୍ବରୁ ଏଠାରେ ଥିବା ତହସିଲଦାର ଗାୟତ୍ରୀ ସୋରେନଙ୍କୁ କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.