Home ଜିଲ୍ଲା ପରିକ୍ରମା ନୀଳେଶ୍ୱର ପୀଠରେ ଶିବ ବିବାହ ଉତ୍ସବ

ନୀଳେଶ୍ୱର ପୀଠରେ ଶିବ ବିବାହ ଉତ୍ସବ

11

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ନିକଟସ୍ଥ ନଳେଶ୍ୱର ପୀଠରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିରିପଡା ଗ୍ରାମରୁ ବର ଶୋଭାଯାତ୍ରାରେ ଆସିଥିବାବେଳେ ଚିଙ୍ଗୁଡ଼ିଶୁଣୀ ପୀଠରେ ମା ପାର୍ବତୀଙ୍କ ସହିତ ଭଗବାନ ଶିବଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏହାପରେ ବୈଦିକ ରୀତିନୀତି ଅନୁଯାୟୀ ଦେବ ଦମ୍ପତି ମନ୍ଦିରକୁ ବାହୁଡ଼ି ଯାଇଥିଲେ। ଆୟୋଜିତ ଉତ୍ସବକୁ ଅମୁଲ୍ୟ ନାୟକ, ନଳେଶ୍ୱର ଯଜ୍ଞ କମିଟି ସଭାପତି ସନ୍ତୋଷ ଜେନା, ସହ ସମ୍ପାଦକ ବିଜୟ ଖିଲାର, ସନ୍ତୋଷ ଭୋଇ, ମହେଶ୍ୱର ରାଉଳ, ରାମନାରାୟଣ ତ୍ରିପାଠୀଙ୍କ ସମେତ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ। ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.