Home ଜିଲ୍ଲା ପରିକ୍ରମା ନୀରବ ସାରସ୍ୱତ ସାଧକ ଡଃ କୃଷ୍ଣଚରଣ ବେହେରା

ନୀରବ ସାରସ୍ୱତ ସାଧକ ଡଃ କୃଷ୍ଣଚରଣ ବେହେରା

48

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଧ୍ୟାପକ ଡଃ କୃଷ୍ଣଚରଣ ବେହେରା ସ୍ମୃତି ସଂସଦ ଆନୁକୁଲ୍ୟରେ ଦିବଂଗତ ଅଧ୍ୟାପକ ଡଃ ବେହେରାଙ୍କ ୫ମ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ସ୍ମୃତିସଭା ଅବସରପ୍ରାପ୍ତ ପ୍ରାଧ୍ୟାପକ ବାସୁଦେବ ବାରିକଙ୍କ ପୌରୋହିତ୍ୟରେ ନୂଆବଜାର ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ମେଧାବୀ ଛାତ୍ର ନିର୍ମାଣର ଲକ୍ଷ୍ୟ ନେଇ ଅଧ୍ୟାପନା ବୃତ୍ତିକୁ ଭଲପାଇଥିବା ଡଃ କୃଷ୍ଣଚରଣ ବେହେରା ପ୍ରବନ୍ଧ ରଚନା, ଗବେଷଣା ଓ ନୂତନ ସ୍ୱାଦର ସମାଲୋଚନା ପ୍ରସ୍ତୁତି କରିବାରେ ଓଡ଼ିଆ ସାହିତ୍ୟ ଜଗତରେ ଜଣେ ବିରଳ ବ୍ୟକ୍ତିତ୍ୱ ଥିଲେ। ପ୍ରଚାର ବିମୁଖ ହୋଇ ନୀରବ ସାଧନାରେ ମଗ୍ନ ରହିବା ଥିଲା ତାଙ୍କ ବ୍ୟକ୍ତିତ୍ୱର ଅନନ୍ୟ ପରିଚୟ ବୋଲି ସ୍ମୃତିସଭାରେ ଯୋଗ ଦେଇଥିବା ବକ୍ତାମାନେ ମତ ପ୍ରକାଶ କରିଥିଲେ। ଉକ୍ତ ସଭାରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ଶିଶୁ ସାହିତ୍ୟିକ ତଥା କୃଷ୍ଣଚରଣ ବେହେରା ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ ପ୍ରତିଭା ଡଃ ମନିନ୍ଦ୍ର ମହାନ୍ତି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଡଃ ଶୁଭକାନ୍ତ ବେହେରା ସ୍ମୃତି ସମ୍ମାନ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ‘କାହାଣୀ’ ପତ୍ରିକାର ସମ୍ପାଦକ ବିଜୟ ନାୟକଙ୍କୁ ପ୍ରଦାନ କରାଯାଇଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଉକ୍ତ ସମ୍ମାନ ତାଙ୍କ ପତ୍ନୀ ତପସ୍ୱିନୀ ନାୟକ ଗ୍ରହଣ କରିଥିଲେ। ସଭାରେ ବରେଣ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଶୈଳେନ୍ଦ୍ର ମହାପାତ୍ର, ସମ୍ବାଦର ସହଯୋଗୀ ସମ୍ପାଦକ ଡଃ ଚିତ୍ତରଞ୍ଜନ ବେହେରା ଯୋଗ ଦେଇ ସ୍ୱର୍ଗତ ବେହେରାଙ୍କ ସ୍ମୃତିଚାରଣ କରିଥିଲେ। ସ୍ମୃତିସଭାରେ ସ୍ମ୍ମୃତି ସଂସଦର ସମ୍ପାଦିକା ଡଃ ରାଧାରାଣୀ ମହାପାତ୍ର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। କାର୍ଯ୍ୟକାରୀ ସଭାପତି ଅଜୟ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶାନ୍ତନୁ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସୁଧାକର ରାଉତ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ପଣ୍ଡିତ ଘନଶ୍ୟାମ ଲେଙ୍କା ବେଦପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆବାହକ କୈଳାସ ପଣ୍ଡା, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ସାହିତ୍ୟିକ ବାବାଜୀ ଚରଣ ପଣ୍ଡା, ଡଃ ବେହେରାଙ୍କ କନ୍ୟା ପ୍ରାଧ୍ୟାପିକା ମଧୁଶ୍ରୀ ବେହେରା, ଛାତ୍ର ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ହରମୋହନ କୁଅଁର ଓ ଚୈତାଳୀ ଖିଲାର ମାନପତ୍ର ପାଠ କରିଥିଲେ। ବୈଲୋଚନ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ। ଗୋଲକ ବିହାରୀ ସାହୁ, ବାବୁଲାଲ ଦାସ, ବାଦଲ ମହାପାତ୍ର, ଅଶୋକ ନାୟକ, କୈଳାସ ମହାପାତ୍ର, ପଦ୍ମନ ରାୟ, ନବକିଶୋର ପାତ୍ର ପ୍ରମୁଖ ବହୁ ବୁଦ୍ଧିଜୀବି ଯୋଗ ଦେଇ ସ୍ମୃତିଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.