Home Top News ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଇସ୍ତଫା – ଡଃ ସୁମନ କେ ବେରୀ ସମ୍ବାଳିବେ...

ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଇସ୍ତଫା – ଡଃ ସୁମନ କେ ବେରୀ ସମ୍ବାଳିବେ ଦାୟୀତ୍ତ୍ୱ

74

ନୂଆ ଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜୀବ କୁମାର ଏହି ପଦବୀରେ ବହୁ ବର୍ଷଧରି ରହିଥିଲେ। ରାଜୀବ କୁମାରଙ୍କ ସ୍ଥାନରେ ବର୍ତ୍ତମାନ ଡଃ ସୁମନ କେ ବେରୀ ନୀତି ଆୟୋଗର ଉପାଧ୍ୟକ୍ଷ ଦାୟିତ୍ତ୍ୱ ନେବେ।

ସୁମନ କେ ବେରୀ ମେ ୧ ରୁ ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ଦାୟିତ୍ତ୍ୱ ଗ୍ରହଣ କରିବେ। ତେବେ ରାଜୀବ କୁମାରଙ୍କ ଇସ୍ତଫା ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ରାଜୀବ କୁମାର ନୀତି ଆୟୋଗର ଦ୍ୱିତୀୟ ଉପାଧ୍ୟକ୍ଷ ଥିଲେ। ୨୦୧୪ ରେ ପ୍ରଥମ ଥର କ୍ଷମତାକୁ ଆସିବା ପରେ ମୋଦୀ ସରକାର ଯୋଜନା ଆୟୋଗର ନାମ ବଦଳାଇ ନୀତି ଆୟୋଗ ନାମରେ ନାମିତ କରିଥିଲେ। ଏହାପରେ ଅରବିନ୍ଦ ପାନାଗରିଆଙ୍କୁ ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା।

ସୂଚନାଯୋଗ୍ୟଯେ, ନୀତି ଆୟୋଗର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ। ଏହି ଆୟୋଗ ଦେଶ ପାଇଁ ମୁଖ୍ୟ ନୀତି ନିର୍ଣ୍ଣୟ କରିବା ପାଇଁ କାର୍ଯ୍ୟ କରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.