Home ଓଡ଼ିଶା ନୀତି ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟଙ୍କ ପିପିଲି ବ୍ଲକର ବିଭିନ୍ନ କାର୍ଯ୍ୟ ପରିଦର୍ଶନ

ନୀତି ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟଙ୍କ ପିପିଲି ବ୍ଲକର ବିଭିନ୍ନ କାର୍ଯ୍ୟ ପରିଦର୍ଶନ

24

ପୁରୀ ୩୦-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ସୁମନ କୁମାର ବେରୀ ଓ ଅନ୍ୟାନ୍ୟ ସଦସ୍ୟମାନେ ପିପିଲି ବ୍ଲକର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଅନୁଧ୍ୟାନ କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଉପାଧ୍ୟକ୍ଷ ଓ ସଦସ୍ୟମାନେ ପିପିଲି ବ୍ଲକରେ ପହଞ୍ଚିବା ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରେ ବ୍ଲକ ପରିସରରେ ଥିବା ମିଶନ ଶକ୍ତି ଅଧୀନରେ ପରିଚାଳିତ ମାତୃ ଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କାଫେକୁ ସଦସ୍ୟ ମାନେ ପରିଦର୍ଶନ କରିଥିଲେ। ପରେ ପରେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପାଣିଦୋଳ ପଚାଂୟତର ମଠସାହି ଅଗଂନବାଡି କେନ୍ଦ୍ର ଓ ସୁବିଧା କେନ୍ଦ୍ର, ୫ ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତକରଣ ରେ ସାମିଲ ହୋଇଥିବା ଜବାହର ବିଦ୍ୟପୀଠ ଓ ଜଗନ୍ନାଥ ପୁର ପଚାଂୟତ ଅଧୀନରେ ଥିବା ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ରକୁ ଉପାଧ୍ୟକ୍ଷ ଓ ସଦସ୍ୟମାନେ ପରିଦର୍ଶନ, ଅନୁଧ୍ୟାନ କରିବା ସହ ହିତାଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ଆୟୋଗର ସଦସ୍ୟ ଡଃ ବିନୋଦ କୁମାର ପାଓଲ, ନୀତି ଆୟୋଗର ନିର୍ଦ୍ଦେଶକ ଶ୍ରୀମତୀ ସୁବ୍ରତା ପ୍ରକାଶ, ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଅମିତ ବର୍ମା, ବରିଷ୍ଠ ବିଶେଷଜ୍ଞ ଶ୍ରୀ ରୂପେଶ ସିଂ ଓ ଶ୍ରୀ ପି ଶଙ୍କର ଉପସ୍ଥିତ ଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସେକ୍ରେଟାରୀ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ମିଶନ ଶକ୍ତି ନିର୍ଦ୍ଦେଶକ ମାନ୍ସି ନିମଭାଲ, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ପିପିଲି ବିଡ଼ିଓ ରଶ୍ମିତା ନାଥ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ନୀତି ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟ ମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.