Home ଜିଲ୍ଲା ପରିକ୍ରମା ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି ଅଭିଯୋଗ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି ଅଭିଯୋଗ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

67

ବଲାଙ୍ଗୀର,୧୦-୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକ ମାଲିଶିରା ଗ୍ରାମ ପଂଚାୟତ ରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନୁଯାୟୀ କାମରେ ଶ୍ରମିକଙ୍କୁ ନିଜ ପାଉଣା ଟଙ୍କା ଦେବାରେ ହେରଫେର କରାଯାଉଥିବା ଅଭିଯୋଗ ହେଉଛି।

ଉକ୍ତ ପଂଚାୟତ ର ଦେଶିଲ ଗ୍ରାମର ବିଦ୍ୟାଧର ବାଗ ନାମକ ଜଣେ ଶ୍ରମିକ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଙ୍କୁ ଏ ନେଇ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ଉଲ୍ଲେଖ ଯୋଗ୍ୟ ଏହି ଯେ, ଚଳିତ ବର୍ଷ ତା-୧-୧-୨୦୨୦ ଠାରୁ ମନରେଗା ମାଟି ଉନ୍ନତି କାମ ଆରମ୍ଭହେଇ ତା ୨୬-୬-୨୦ରେ କାମ ବନ୍ଦ କରା ଯାଇଥିଲା, ହେଲେ ଆଜି ପର୍ଯ୍ୟନ୍ତ କୌଣସି ପାଉଣା ପାଇ ନଥିବାରୁ ସରପଞ୍ଚ, ଗାଁ ସାଥି ଓ ଜି ଆର ଏସ୍ ଙ୍କୁ ନିଜର ପାରିଶ୍ରମିକ କାହିଁକି ମିଳୁନାହିଁ ବୋଲି ଅଭିଯୋଗ କରିଥିବା ବେଳେ ଶ୍ରମିକ ମାନଙ୍କୁ ବିଭିନ୍ନ ଆଳ ଦେଖାଇ ଓଲଟା ଧମକ, ଚମକ, ଦେଉଥିବା ଅଭିଯୋଗ ହୋଇଛି। ଏ ନେଇ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଏ ଦିଗରେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବିହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.