ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ନିଶ୍ଚନ୍ତପୁର ସେବା ସମବାୟ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସମିତିର ପ୍ରଶାସନିକ ଅଧିକାରୀ ସତ୍ୟ ପ୍ରକାଶ ସେଠୀ ପୌରହିତ୍ୟ କରି କହିଥିଲେ ଯେ,, ସମିତିର ସାଧାରଣ ବୈଠକ ଚାଷୀମାନଙ୍କୁ ସମ୍ମିଳିତ କରିବାରେ ସହାୟକ ହୋଇଥାଏ ।ଏଥିରେ ମୁଖ୍ୟଅତିଥି ଭାବେ ବାଲେଶ୍ୱର -ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ତିହିଡି ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣ ଯୋଗଦେଇ ସମିତିରସ୍ଥିତି ସୁଦୃଢ଼ହେଲେ ଚାଷୀମାନେ ଉପକୃତ ହୋଇପାରିବେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ୟାଙ୍କ ସୁପରଭାଇଜର ସୁଦର୍ଶନ ସ୍ୱାଇଁ ଯୋଗଦେଇ ସମିତି ମାଧ୍ୟମରେ ଚାଷୀମାନେ ଉପକୃତ ହୋଇପାରିବା ଉପରେ ଆଲୋକ ପାତ କରିଥିଲେ। ସମ୍ପାଦିକା ଗୀତାଞ୍ଜଳି ଦାସ ସମିତିର ବାର୍ଷିକ ଆୟବ୍ୟୟ ଉପରେ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ମଳିକ, ରାଜକିଶୋର ନାୟକ, ଶଶଧର ନାୟକ,ଅମୀୟଚାନ୍ଦ ନାୟକ, ରବିନ୍ଦ୍ର ପଣ୍ଡା, ବିଜୟ ନାୟକ, ଶିବପ୍ରସାଦ ନାୟକ,ଶରତ ଲେଙ୍କା, ସୌମ୍ୟଗୋପାଳ ନାୟକ, ହୃଷିକେଶ ନାୟକ, ଜୀବନ ନାୟକ, ପ୍ରେମାନନ୍ଦ ମଳିକ, ନବଘନ ସାହୁ, ରମେଶ ଲେଙ୍କା, ବୈଲୋଚନ ମଲ୍ଲିକ, ଉତମ ନାୟକ ପ୍ରମୁଖ ଶତାଧିକ ଚାଷୀ ଯୋଗଦେଇ ଗତ ଖରିପ ଋତୁରେ ସମିତି ଧାନ କ୍ରୟରେ ବ୍ଲକରେ ଦ୍ୱିତୀୟ ହୋଇଥିଲା। ତେବେ ସମିତିର ଗୋଦାମଗୃହ ନଥିବାରୁ ଚାଷୀ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ତୁରନ୍ତ ଗୋଦାମ ଗୃହ ନିର୍ମାଣ କରିବାକୁ ସେମାନେ ବକ୍ତବ୍ୟ ମାଧ୍ୟମରେ ଦାବି କରିଥିଲେ।ଶେଷରେ ସମ୍ପାଦିକା ଶ୍ରୀମତୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।ସମିତିର ଡିଇଓ ଧିରେନ କୁମାର ରାଉତ, କର୍ମଚାରୀ ଦୟାନିଧି ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Home ଜିଲ୍ଲା ପରିକ୍ରମା ନିଶ୍ଚନ୍ତପୁର ସମବାୟ ସମିତିର ବାର୍ଷିକ ସାଧାରଣ ସଭା ,ସମିତିର ସ୍ଥିତି ସୁଦୃଢ଼ ହେଲେ ଚାଷୀମାନେ ଉପକୃତ...








