Home ଜିଲ୍ଲା ପରିକ୍ରମା ନିଶା ନିବାରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କୁ ଦାବିପତ୍ର

ନିଶା ନିବାରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କୁ ଦାବିପତ୍ର

15

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରବାଦ ପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଜୟନ୍ତୀ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ସେଂଟ୍ରାଲ୍ ହଷ୍ଟେଲ ଏବଂ ୱେଷ୍ଟ ହଷ୍ଟେଲରେ ଆଲୋଚନା ଚକ୍ର ମାଧ୍ୟମରେ ପାଳିତ ହେବା ପରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ଭଦ୍ରକ ଜିଲ୍ଲା ତରଫରୁ ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାକୁ ଭଦ୍ରକ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଆଲୋଚନା ଚକ୍ରରେ ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତିଙ୍କର ସଂଚାଳନରେ ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ ଓ ଅଗଣୀ ଚନ୍ଦ୍ର ଜେନା, ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ସଭାପତି ଅମର ପାଣିଗ୍ରାହୀ, ଅଧିବକ୍ତା ମାଧବାନନ୍ଦ ବେହେରା କେନ୍ଦ୍ରୀୟ ବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷକ ଗିରିଧାରୀ ପାତ୍ର ଇତ୍ୟାଦି ଯୁବ ସମ୍ପ୍ରଦାୟ ନିଶାମୁକ୍ତ ଓଡ଼ିଶା ଆନ୍ଦୋଳନରେ ସାମିଲ ହୋଇ ସୁସ୍ଥ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ। ବ୍ୟକ୍ତିଗତ ସ୍ତରରେ ନିଶାଦ୍ରବ୍ୟ ଛାତ୍ରମାନଙ୍କୁ ଦୂରରେ ରହିବାକୁ ଶପଥ ପାଠ କରାଯାଇଥିଲା। ତତ୍ ପର ଦିନ ମୋନାର ରାଜ୍ୟ ଉପସଭାପତି ଖଗେଶ୍ୱର ବଳଙ୍କର ନେତୃତ୍ୱରେ ପ୍ରତ୍ୟେକ ୭ଟି ବ୍ଲକରୁ ଆସିଥିବା ମୋନାର କାର୍ଯ୍ୟକର୍ତାଗଣ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଭଦ୍ରକ ଜିଲ୍ଲା ନିଶା କବଳରେ ଅତ୍ୟନ୍ତ ଜର୍ଜରିତ ଥିବାରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.