Home ଜିଲ୍ଲା ପରିକ୍ରମା ନିଳୋକରେ ବ୍ଲକ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର

ନିଳୋକରେ ବ୍ଲକ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର

12

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବନ୍ତ ପଞ୍ଚାୟତ ସମିତି ପକ୍ଷରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିଳୋକ ଠାରେ ଅନୁଷ୍ଠିତ ଏହି ଶିବିରରେ କୋହଲା ପାଗ ଯୋଗୁଁ ମାତ୍ର ୧୭୪ଜଣ ଭିନ୍ନ କ୍ଷମ ଉପସ୍ଥିତ ରହି ପ୍ରମାଣପତ୍ର ପାଇବା ନେଇ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରାରମ୍ଭରେ ଆୟୋଜିତ ସଚେତନତା ସଭାକୁ ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ ସଞ୍ଚାଳନ କରିଥିଲେ । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ ସରକାରଙ୍କ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଲୋକାଭିମୁଖି ଯୋଜନା ଉପରେ ଆଲୋକପାତ କରିଥିଲେ । ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଯେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ନିଳୋକ ସରପଞ୍ଚ ରଜନୀ ସେଠୀ, ପୂର୍ବତନ ସରପଞ୍ଚ ଅଶୋକ ମହାନ୍ତି, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ଼ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ନେଇ ଏହି ଶିବିର ସହାୟକ ହୋଇପାରିବ ବୋଲି କହିଥିଲେ । ଏଥିରେ ଅଧିକରୁ ଅଧିକ ସଂଖ୍ୟକ ଭିନ୍ନକ୍ଷମ ମାନେ ଉପସ୍ଥିତ ରହି ପ୍ରମାଣପତ୍ର ପାଇବାକୁ ପରାମର୍ଶ ଦେଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ଏବଂ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ନିଶାକର ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଡ଼ା ଏସ୍ ଅଲ୍ଲି, ଡା଼ ଅମୁଲ୍ୟ କୁମାର ଦାସ, ଡ଼ା ସନ୍ତୋଷ କୁମାର ସିଂହ, ଡ଼ା ଜ୍ୟୋତିରଞ୍ଜନ ଦାଶ, ଡ଼ା ବୈଦ୍ୟନାଥ ଓଝା, ଡ଼ା ଜ୍ଞାନରଞ୍ଜନ ବେହେରା, ଡ଼ା ଶ୍ରୀକାନ୍ତ କୁମାର ପ୍ରଧାନ, ଡ଼ା ସ୍ୱାଧିନ କୁମାର ମୁଦୁଲୀ ପ୍ରମୁଖ ଚକ୍ଷୁ, ଔଷଧ, କର୍ଣ୍ଣ, ମାନସିକ ବିକଳାଙ୍ଗ ଆଦି ରୋଗର ପରିକ୍ଷଣ କରି ପ୍ରମାଣପତ୍ର ପାଇବାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଆଦର୍ଶ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପଞ୍ଚାୟତ ନିର୍ବାହି ଅଧିକାରୀ ଏବଂ ଗ୍ରାମ ରୋଜଗାର ସେବକ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.