Home କେନ୍ଦ୍ରାପଡ଼ା ନିଳାଚଳ ସାରସ୍ୱତ ସଙ୍ଘ ପୁରୀ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

ନିଳାଚଳ ସାରସ୍ୱତ ସଙ୍ଘ ପୁରୀ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

125

କେନ୍ଦ୍ରାପଡା ୩୦/୭(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ମହାକାଳପଡା ବ୍ଲକ ଅନ୍ତର୍ଗତ ରାଜଗଡ ପଂଚାୟତର ନିୟାମତପୁର ଗ୍ରାମର ଭୟାବହ ଅଗ୍ନିକାଣ୍ଡରେ ୧୦ଟି ପରିବାର କ୍ଷତିଗ୍ରସ୍ଥ ହୋଇଛି। ଅଗ୍ନିବିପନ୍ନ ପରିବାର ଗୁଡିକ ସ୍କୁଲ ଗୃହରେ ଆଶ୍ରୟ ନେଇଛନ୍ତି। ଏହି ଅଗ୍ନିବିପନ୍ନମାନଙ୍କୁ ସହାୟତା ପାଇଁ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପରମହଂସଙ୍କର ନିଳାଚଳ ସାରସ୍ୱତ ସଙ୍ଘ ପୁରୀ ପକ୍ଷରୁ ତୁଳସୀକ୍ଷେତ୍ର ଶାଖା ସଙ୍ଘର ସଭାପତି ତଥା କେନ୍ଦ୍ରାପଡା ମଣ୍ଡଳ ଆବାହକ କାନନବିହାରୀ ସାହୁ, ଦେଉଳିପଡା ଶାଖା ସଙ୍ଘର ସଭ୍ୟ ସଚିଦାନନ୍ଦ ବେହେରା ଓ ତୁଳସୀକ୍ଷେତ୍ର ଶାଖା ସଙ୍ଘର ସଭ୍ୟ ବୈରାଗୀ ସାହୁ ପ୍ରମୁଖ ଭାଇମାନେ ବିପନ୍ନମାନଙ୍କ ପାଖରେ ପହଁଚି ପ୍ରତ୍ୟେକ ପରିବାରକୁ ୨ହଜାର ଟଙ୍କା ଓ ପିନ୍ଧିବା ବସ୍ତ୍ର ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିୟାମତପୁର ଗ୍ରାମର ନେତୃମଣ୍ଡଳି ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.