Home ଜିଲ୍ଲା ପରିକ୍ରମା ନିଲମ୍ବିତ ହେଲେ ରଣଜିତ ପୂର୍ବତନ ପିଇଓ ଗୌରାଙ୍ଗ ଦେହୁରୀ

ନିଲମ୍ବିତ ହେଲେ ରଣଜିତ ପୂର୍ବତନ ପିଇଓ ଗୌରାଙ୍ଗ ଦେହୁରୀ

30

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରଣଜିତ ପଞ୍ଚାୟତର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରାଙ୍ଗ ଚରଣ ଦେହୁରୀଙ୍କୁ କର୍ତ୍ତବ୍ୟରେ ଅବହେଳା ଓ ଉପରିସ୍ଥ ଅଧିକାରୀଙ୍କ ଆଦେଶ ଅବମାନନା ଅଭିଯୋଗରେ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ଶ୍ରୀ ଦେହୁରୀଙ୍କୁ ଗତ ୧୨ ତାରିଖରେ ଜାରୀ ଜିଲ୍ଲାପାଳଙ୍କ ଆଦେଶ ସଂଖ୍ୟା ୬୫୫ ଅନୁଯାୟୀ ନିଲମ୍ବନ କରାଯାଇଛି। ନିଲମ୍ବନ କାଳରେ ଶ୍ରୀ ଦେହୁରରୀ ବନ୍ତ ପଞ୍ଚାୟତ ସମିତିରେ ହାଜିରା ଦେବେ ଓ ତାଙ୍କ ବିରୋଧରେ ଏକ ମାସ ମଧ୍ୟରେ ଡ୍ରାଫ୍ଟ ଚାର୍ଯ୍ୟ ଫ୍ରେମ କରାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ହୋଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଭଣ୍ଡାରିପୋଖରୀ ବିଡିଓ ଗତ ୪ ତାରିଖରେ ଏଥିନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସୁପାରିସ କରିଥିଲେ। ସଂପୃକ୍ତ ପଞ୍ଚାୟତର ନୂତନ ସରପଞ୍ଚଙ୍କୁ ଦାଇତ୍ୱ ହସ୍ତାନ୍ତର ସମୟରେ ଓ ତଦନ୍ତକାରୀ ଦଳଙ୍କୁ ଷ୍ଟକ ରେଜିଷ୍ଟର ନଦେବା, ପଞ୍ଚାୟତରେ ଖର୍ଚ୍ଚ ହୋଇଥିବା କିଛି ରେକର୍ଡ ନଦେଖାଇବା ସହ ସହଯୋଜ ନକରିବା ଅଭିଯୋଗ ଶ୍ରୀ ଦେହୁରୀଙ୍କ ବିରୋଧରେ ହୋଇଥିଲା। ଫଳରେ ପିଇଓ ଶ୍ରୀ ଦେହୁରୀଙ୍କୁ ନିଲମ୍ବିତ ହେବାକୁ ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.