Home ଜିଲ୍ଲା ପରିକ୍ରମା ନିଲମ୍ବିତ ସିଆରସିସିଙ୍କୁ ପୁନଃ ନିଯୁକ୍ତି କାହା ସ୍ୱାର୍ଥରେ!, ଚାନ୍ଦବାଲି ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟ ସନ୍ଦେହ ଘେରରେ,...

ନିଲମ୍ବିତ ସିଆରସିସିଙ୍କୁ ପୁନଃ ନିଯୁକ୍ତି କାହା ସ୍ୱାର୍ଥରେ!, ଚାନ୍ଦବାଲି ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟ ସନ୍ଦେହ ଘେରରେ, ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା

6

ଭଦ୍ରକ, ୪ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ତେନ୍ତୁଳିଡ଼ିହି କ୍ଲଷ୍ଟରର ପୂର୍ବତନ ସି ଆର ସି ସି ଓ ବର୍ତମାନ ନଳଗୋହିରା କ୍ଲଷ୍ଟରର ଭାରପ୍ରାପ୍ତ ସି ଆର ସି ସି ମନୋଜ କୁମାର ସାହୁଙ୍କୁ ବିଭିନ୍ନ ଅନିୟମିତତା ଓ ଦୁର୍ନୀତି ଅଭିଯୋଗରେ ତଦନ୍ତ ଓ ସମୀକ୍ଷା କରାଯିବା ପରେ ଭଦ୍ରକ ଜିଲ୍ଲା ପ୍ରକଳ୍ପ ସଂଯୋଜକ ତାଙ୍କୁ ନିଲମ୍ବନ କରିଥିଲେ । ତାଙ୍କ ପେରେଂଟ ବିଦ୍ୟାଳୟ ବେନ୍ତାଲପୁର ଉନ୍ନୀତ ଉଚ୍ଚବିଦ୍ୟାଳୟକୁ ସହକାରୀ ଶିକ୍ଷକ ଭାବେ ଫେରାଇ ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ତେନ୍ତୁଳିଡ଼ିହିର କ୍ଲଷ୍ଟର ର ପ୍ରଧାନ ଶିକ୍ଷକମାନେ ସମ୍ପୃକ୍ତ ସି ଆର ସି ସିଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ ଏବଂ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ମିଳିବା ପରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ତାଙ୍କୁ ସି ଆର ସି ସି ପଦବୀରୁ ନିଲମ୍ବନ କରିଥିଲେ । ସମଗ୍ର ଶିକ୍ଷା ଅଭିଯାନର ନିୟମ ଅନୁଯାୟୀ ଥରେ ସି ଆର ସି ସି ପଦବୀ ଗଲେ ପୁନରାୟ ସେହି ପଦବୀକୁ ଫେରିବାର ପ୍ରଶ୍ନ ଉଠୁନାହିଁ, କିନ୍ତୁ କେଉଁ ଉଦେଶ୍ୟରେ ଏତେ ସବୁ ପରେ ତାଙ୍କୁ ଇନଚାର୍ଜ ସି ଆର ସି ସି ପଦବୀରେ ନଳଗୋହିରା କ୍ଲଷ୍ଟରରେ ଅବସ୍ଥାପିତ କରାଗଲା, ତାଙ୍କୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ସମ୍ପୃକ୍ତ ସି ଆର ସି ସି ଙ୍କ ଦୁର୍ନୀତିକୁ କାହିଁକି ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ତାଙ୍କୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି, ଓଡ଼ିଶାରେ ଏହି ପ୍ରକାର ନିର୍ଦେଶନାମା ବୋଧ ହୁଏ ଚାନ୍ଦବାଲି ବ୍ଲକର ପ୍ରଥମ । ପୁଣି ବିଭିନ୍ନ ଅଭିଯୋଗ ପରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଗତ ତା ୩୦/୦୮/୨୫ ପତ୍ରାଙ୍କ ୨୨୩୭ ରେ ତିନି ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ମଧ୍ୟ୍ୟ ଆଜି ଯାଏ କୌଣସି ରିପୋର୍ଟ ପ୍ରଦାନ କରାନଯାଇ ବ୍ଲକ ଶିକ୍ଷାଧିକାରୀଙ୍କ ଛତ୍ରଛାୟା ତଳେ କାର୍ଯ୍ୟ କରି ଚାଲିଛନ୍ତି, କାହିଁକି ଓ କେଉଁ କାରଣ ପାଇଁ ବ୍ଲକ ଶିକ୍ଷାଧିକାରୀ ସହଯୋଗ କରୁଛନ୍ତି ଓ ନିରବ ରହୁଛନ୍ତି ତାହା, ଜଣାପଡୁନାହିଁ । ଚାନ୍ଦବାଲି ବ୍ଲକର ବ୍ଲକ ଶିକ୍ଷାଧିକାରୀଙ୍କ ଏତାଦୃଶ କାର୍ଯ୍ୟକଳାପ ଶିକ୍ଷକ ସମାଜ ଓ ବୁଦ୍ଧିଜୀବୀଙ୍କ ମହଲରେ ସନ୍ଦେହ ସୃଷ୍ଟି କରିଛି । ଏ ଦିଗରେ ଭଦ୍ରକ ଜିଲ୍ଲାପାଳ, ସମଗ୍ର ଶିକ୍ଷା ଅଭିଯାନ ନିର୍ଦେଶକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.