Home ଜିଲ୍ଲା ପରିକ୍ରମା ନିଲମ୍ବିତ ଯୋଗାଣ ପରିବହନ ଠିକାଦାର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁନଃ ନିଯୁକ୍ତିକୁ ବିରୋଧ

ନିଲମ୍ବିତ ଯୋଗାଣ ପରିବହନ ଠିକାଦାର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁନଃ ନିଯୁକ୍ତିକୁ ବିରୋଧ

87

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଯୋଗାଣ ବିଭାଗ ନିଲମ୍ବିତ ଠିକାଦାର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପୁନଃ ନିଯୁକ୍ତିକୁ ସରପଞ୍ଚ ମନୋଜ କୁମାର ନାୟକ, ୱାର୍ଡ ସଦସ୍ୟ ଶ୍ୟାମସୁନ୍ଦର ସେନାପତି, ସଦାଶିବ ସାମଲ, ଲକ୍ଷ୍ମଣ ବାରିକ, ଜୟନ୍ତ ସାମଲ ପ୍ରମୁଖ ବିରୋଧ କରିଛନ୍ତି । ଜିଲ୍ଲା ପ୍ରଶାସନ ଜାନୁୟାରୀ ୧୨ ତାରିଖରେ ପତ୍ର ସଂଖ୍ୟା ୧୫୦ରେ ଶ୍ରୀ ମହାପାତ୍ରଙ୍କ ପୁନଃନିଯୁକ୍ତିକୁ ବିରୋଧ କରି ଯୋଗାଣ ବିଭାଗ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଥିଲେ । ମାତ୍ର ଗତ ଅପ୍ରେଲ ୧୯ ତାରିଖରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନିଲମ୍ବିତ ଠିକାଦାର ଶ୍ରୀ ମହାପାତ୍ରଙ୍କୁ ଜିଲ୍ଲା ଯୋଗାଣ ଅଧିକାରୀ ପୁନଃ ନିଯୁକ୍ତି ଦେଇଦେଲେ । ଘଟଣାରେ ଭଣ୍ଡାରିପୋଖରୀ ଥାନାରେ ଥିବା ଫୌଜଦାରୀ ମାମଲାର ଛଅ ମାସ ପରେ ମଧ୍ୟ ଚାର୍ଯ ସିଟ ହୋଇନାହିଁ । ଘଟଣାରେ ଡିଲର ବିଷ୍ଣୁ ମଲ୍ଲିକଙ୍କୁ ଜିଲ୍ଲା ପ୍ରଶାସନ ନିଲମ୍ବିତ କରିଥିଲା । ଶ୍ରୀ ମହାପାତ୍ର କାରଣ ଦର୍ଶାଓର ଉତ୍ତର ରଖି ସଂପୃକ୍ତ ଗାଡି ନଭେମ୍ବର ୧୦ ତାରିଖରୁ ବ୍ରେକଡାଉନ ଥିବାରୁ ସେ ନିର୍ଦ୍ଦୋଶ ବୋଲି କହିଥିଲେ ।

ମାତ୍ର ସ୍ଥାନୀୟ ଏଭଳି ସଫେଇ ମିଥ୍ୟା ବୋଲି ମତ ଦେଇଛନ୍ତି । ସଂପୃକ୍ତ ଗାଡି ନଭେମ୍ବର ୧୧, ୧୭ ଓ ୧୮ ତାରିଖରେ ବିଭିନ୍ନ ଡିଲରଙ୍କ ନିକଟକୁ ସାମଗ୍ରୀ ସରକାରୀ ଭାବେ ପରିବହନ କରିଥିବା ଜଣାଯାଇଛି । ଏହି ଅଭିଯୋଗର ଚୁଡାନ୍ତ ବିଚାର ଯୋଗାଣ ପରିଚାଳନା ନିର୍ଦ୍ଦେଶକଙ୍କ ଇଜିଲାସରେ ଥିବାରୁ ଏହାର ଗ୍ରହଣଯୋଗ୍ୟ ବିଚାରକୁ ଲୋକେ ଅପେକ୍ଷା କରିଛନ୍ତି । ଚୁଡାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ ହେବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମତ ଦେଇଛନ୍ତି । ତେସିଙ୍ଗା ପଞ୍ଚାୟତ ଗୋଦାମ ଘର ସମ୍ମୁଖରୁ ଗତ ନଭେମ୍ବର ୧୯ ତାରିଖ ଅପରାହ୍ନରେ ଖାଦ୍ୟସୁରକ୍ଷା ଚାଉଳ ବୋଝେଇ ପରିବହନକାରୀ ଓଆର ୦୯ ଏଚ୪୯୬୫ନଂ ଟ୍ରକ ବିନା ପରମିଟରେ ଚାଉଳ ପରିବହନକୁ ସ୍ଥାନୀୟ ଲୋକେ ଧରିଥଲେ । ଯୋଗାଣ ଇନିସପେକ୍ଟର ରେମତୀସ ସିଂ ନାୟକ ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଥାନାରେ ୨୩୬/୨୦ନଂ ମାମଲା ଓ ଆର ୦୯ ଏଚ୪୯୬୫ନଂ ବେଆଇନ ପରିବହନକାରୀ ଟ୍ରକ ଉପରେ ଋଜୁ ହୋଇ ପୁଲିସ ହେପାଜତକୁ ବିନାକାଗଜରେ ଥିବା ଚାଉଳ ବୋଝେଇ ଟ୍ରକ ଯାଇଥିଲା । ଏହି ଘଟଣାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଯୋଗାଣ ଅଧିକାରୀ ନଭେମ୍ବର ୨୪ ତାରିଖ ଆଦେଶ ସଂଖ୍ୟା ୪୪୯୫ ମୂଳେ ଠିକାଦାର ଶ୍ରୀ ମହାପାତ୍ରଙ୍କୁ ନିଲମ୍ବନ କରିବା ସହ ୪୪୯୯ ମୂଳେ କାରଣ ଦର୍ଶାଓ ନୋଟିସ ଜାରି କରିଥିଲେ । ୨୫ ତାରିଖରେ ଆଦେଶ ସଂଖ୍ୟା ୪୫୧୧ ମୂଳେ ଗଣେଶ ପ୍ରସାଦ ସ୍ୱାଇଁ ଓ ପ୍ରଶାନ୍ତ କୁମାର ଗୁଇଁଙ୍କୁ ପରିବହନ ଠିକାଦାର ଭାବେ ଅତିରିକ୍ତ ଦାଇତ୍ୱ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.