Home ଓଡ଼ିଶା ନିଲମ୍ବିତ ଉପଜିଲ୍ଲାପାଳଙ୍କୁ ଗିରଫ ଦାବିରେ ଜିଲ୍ଲା ମହିଳା ସୁରକ୍ଷା ସଙ୍ଗଠନର ଦାବି

ନିଲମ୍ବିତ ଉପଜିଲ୍ଲାପାଳଙ୍କୁ ଗିରଫ ଦାବିରେ ଜିଲ୍ଲା ମହିଳା ସୁରକ୍ଷା ସଙ୍ଗଠନର ଦାବି

54

ବଲାଙ୍ଗୀର, ୭-୯ (ଓଡ଼ିଆ ପୁଅ) ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ସରକାର ନିଲମ୍ବନ କରିଥିବା ବଲାଙ୍ଗୀର ର ପୂର୍ବତନ ଉପଜିଲ୍ଲାପାଳଙ୍କୁ ଗିରଫ କରାଯାଉ। ଏହି ଦାବି କରିଛି ବଲାଙ୍ଗୀର ଜିଲ୍ଲାର ମହିଳା ସୁରକ୍ଷା ସଂଗଠନ। ବଲାଙ୍ଗୀର ଜିଲ୍ଲାର ପୂର୍ବତନ ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର ବଲାଙ୍ଗୀର ଜିଲ୍ଲା କାର୍ଯ୍ୟାଳୟର ଜନୈକା ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ମର୍ମରେ ଏକ ତଦନ୍ତ କରାଯାଇ ଶ୍ରୀ ମିଶ୍ରଙ୍କୁ ଚାକିରୀରୁ ନିଲମ୍ବନ ଆଦେଶ ଦେଇଥିଲେ ରାଜ୍ୟ ସରକାର। ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କୁ ନିଲମ୍ବନ କରି ଉକ୍ତ ସ୍ଥାନରେ ସୁଧାକର ନାୟକ ଓ ଏ ଏସ, ଗ୍ରେଡ଼ – ଏଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି। ଉକ୍ତ ନିଲମ୍ବିତ ଉପଜିଲ୍ଲାପାଳଙ୍କୁ କୋହଳ ପଦକ୍ଷେପକୁ ନାପସନ୍ଦ କରିଛନ୍ତି ବଲାଙ୍ଗୀର ଜିଲ୍ଲା ମହିଳା ସୁରକ୍ଷା ସଂଗଠନ। ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ଆଜି ପ୍ରତିବାଦ କରାଯାଇଛି। ପୂର୍ବତନ ଉପଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କୁ ଗିରଫ କରିବାକୁ ମହିଳାମାନେ ଦାବି କରିଛନ୍ତି। ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ମହିଳା ସୁରକ୍ଷା ମଞ୍ଚ ସଂଗଠନର କର୍ମକର୍ତ୍ତାମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଏବଂ ଉକ୍ତ ଘଟଣାର ତଦନ୍ତ କରୁଥିବା ଟିମରେ ମହିଳା ସୁରକ୍ଷା ମଞ୍ଚର କିଛି ସଦସ୍ୟଙ୍କୁ ସ୍ଥାନ ଦିଆଯାଉ ବୋଲି ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ଏ ନେଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ଓ ତାଙ୍କର ଗିରଫ ଦାବି କରିବା ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.