Home ଜିଲ୍ଲା ପରିକ୍ରମା ନିର୍ମାଣ ନହେଲେ କପାଳୀ ପାଟିରେ ଲୀନ ହେବ ସର୍ବପୁରାତନ ରାସ୍ତା

ନିର୍ମାଣ ନହେଲେ କପାଳୀ ପାଟିରେ ଲୀନ ହେବ ସର୍ବପୁରାତନ ରାସ୍ତା

17

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଜନସାଧାରଣ ଙ୍କ ସୁଖପ୍ରଦ ଯାତ୍ରା ପାଇଁ କୋଟି କୋଟି ଟଙ୍କାଖର୍ଚ୍ଚ କରି ରାସ୍ତା ଓ ପକ୍କା ପୋଲ ନିର୍ମାଣ କରୁଛନ୍ତି । ହେଲେ ଦୀର୍ଘ ବର୍ଷ ହେବ କପାଳୀ ନଦୀ ଉପରେ ନିର୍ମାଣ ହୋଇଥିବା ପୋଲର ବାଡ଼ା ଭାଙ୍ଗିବାକୁ ବସିଥିବାବେଳେ ଏହାର ଉଭୟ ପଟକୁ ସଂଯୋଗ କରିଥିବା ଆପ୍ରୋଚ ରାସ୍ତା ନିର୍ମାଣ ହୋଇନି । ଯଦି ଏହି ପୁରାତନ ରାସ୍ତାର ନିର୍ମାଣ କରାନଯାଏ ତେବେ କପାଳୀ ପାଟିରେ ଏହା ଲୀନ ହେବ ବୋଲି ଅଂଚଳବାସୀଙ୍କ ପକ୍ଷରୁ କୁହାଯାଉଛି । ବନ୍ତ ବ୍ଳକ ଏହି ପଂଚାୟତ ଅଧିନ ବାଙ୍ଗୋରପଦୀ ଗ୍ରାମ ପାଶ୍ୱର୍ଦେଇ କେଉଁ ଆବାହମାନ କାଳରୁ ପ୍ରବାହିତ ହୋଇଛି କ୍ଷୀଣ ପ୍ରଭା କପାଳୀ ନଦୀ । ଏହା ଉପରେ ଏକ ଏକପକ୍କା ପୋଲ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବହୁ ବର୍ଷ ଧରି ଦାବି ହୋଇଥିଲା । ଯା ହେେଉ ଉକ୍ତ ପଦୀ ଉପରେ ଏକ ପକ୍କା ପୋଲ ନିର୍ମାଣ କରାଯାଇଥିଲା । ହେଲେ ଉକ୍ତ ପୋଲ ନିର୍ମାଣ ହେବାର ଦୀର୍ଘ ବର୍ଷ ଅତିବାହିତ ହୋଇ ଏହାର ଉଭୟ ପାଶ୍ୱର୍ର ବାଡ଼ା ଭାଙ୍ଗିବାକୁ ବସିଥିବା ବେଳେ ପୋଲର ଉପୟପଶ୍ୱର୍କୁ ସଂଯୋଗ କରିଥିବା ରାସ୍ତା ନିର୍ମାଣ ହୋଇନି । ଏହାର ପାଶ୍ୱର୍ରେ ମାଧବାନଂଦ ଗିରିଧାରୀ ମାଧ୍ୟମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ ରହିଛି ।

ଏହି ରାସ୍ତା ମଧ୍ୟ ଏକପାଶ୍ୱରେ ବନ୍ତ -ଆଗରପଡ଼ାର କୁ ଯାଇଥିବା ବେଳେ ଅନ୍ୟଏକ ରାସ୍ତା ୫୩ ନଂ ରାଜ ପଥକୁ ସଂଯୋଗ କରିଛି । ଉକ୍ତ ନଦୀ ପାଶ୍ୱର୍ରେ ଦୁଇଗୋଟି ଗ୍ରାମ ବାଙ୍ଗୋରପଦୀ,ଜଗଦିଶ ପୁର ଅବସ୍ଥିତ ରହି ଥିବାରୁ ସାମାନ୍ୟ ବର୍ଷା ହେଲେ ଉକ୍ତ ଗ୍ରାମକୁ ଯାଇଥିବା ପୁରାତନ ରାସ୍ତା ସଂପୂର୍ଣ୍ଣ ବୁଡ଼ି ଏହା ଉପରେ ପାଂଚଫୁଟ ଉଚ୍ଚର ପାଣି ଜମି ଯାଏ । ଏହି ରାସ୍ତା ଉକ୍ତ ଅଂଚଳପାଇଁ ମୁଖ୍ୟ ରାସ୍ତା ହୋଇ ଥିବାରୁ ଓ ଉକ୍ତ ନଦୀ ପାଖରେ ବିଦ୍ୟାଳୟ ,ପୋଷ୍ଟ ଅଫିସ ଅବସ୍ଥିତ ଥିବାରୁ ପ୍ରତିଦିନ ଗ୍ରାମବାସୀଙ୍କ ସମେତ ଛାତ୍ରଛାତ୍ରୀ ମାନେ ଏହାକୁ ନିଜର ଯାତାୟତ ରାସ୍ତା ଭାବେ ଗ୍ରହଣ କରିଥାନ୍ତି । ବର୍ଷା ଦିନରେ ସମାନ୍ୟ ବର୍ଷା ହେଲେ ଉକ୍ତ ନଦୀରେ ବନ୍ୟାଜଳ ଜମି ରହି ଉଭୟପାଶ୍ୱର୍ର ରାସ୍ତା ସଂପୁର୍ଣ୍ଣ ବୁଡ଼ିଯାଏ । ଫଳରେ ଛାତ୍ରଛାତ୍ରୀଙ୍କଠାରୁ ଗ୍ରାମବାସୀ ଉକ୍ତ ରାସ୍ତା ଦେଇ ଯାତାୟତ କରିନପାରି ମୁଖ୍ୟରାସ୍ତାରେ ପହଁଚିବା ପାଇଁ ଏକ କିମି ବୁଲି ଦୋଳପଦୀ କିମ୍ବା ଭୁବନେଶ୍ୱର ପୁର ଶାସନ ରାସ୍ତା ଦେଇଉକ୍ତ ସ୍ଥାନରେ ପହଁଚନ୍ତି । ଅନ୍ୟ ପକ୍ଷରେ ନିର୍ମାଣ ଧିନ ପକ୍କା ପୋଲର ବାଡ଼ା ଗୁଡ଼ିକ ଭାଙ୍ଗିଯାଇଥିବାରୁ ଏହା ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିପଦ ସଙ୍କୁଳ ହୋଇଛି । ଏହା ଏହି ଅଂଚଳପାଇଁ ସର୍ବପୁରାତନ ରାସ୍ତା ଥିବାରୁ ଯଦି ଏହାକୁ ନିର୍ମାଣ କରନଯାଏ ତେବେ କିଛି ଦିନ ପରେ ଏହା କପାଳୀ ନଦୀରେ ଲୀନ ହୋବର ବହୁ ଆଶଙ୍କା ସୃଷ୍ଟି କରିଛି । ଏହି ସମସ୍ୟାକୁ ବିଭାଗୀୟ ଅଧିକାରୀ ଉପଲବ୍ଧ କରିି ଏହାର ସମସାଧାନ କରିବାକୁ ଅଂଚଳବାସୀ ଙ୍କ ତରଫରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.