Home ଜିଲ୍ଲା ପରିକ୍ରମା ଅସରାଏ ବର୍ଷାରେ ବନ୍ତ ବଜାର ହେଉଛି ଜଳାର୍ଣ୍ଣବ, ସମସ୍ୟାରେ ପଥଚାରୀ

ଅସରାଏ ବର୍ଷାରେ ବନ୍ତ ବଜାର ହେଉଛି ଜଳାର୍ଣ୍ଣବ, ସମସ୍ୟାରେ ପଥଚାରୀ

12

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ଦଶଦ୍ଧି ଧରି ବନ୍ତ ବଜାରର ରୂପରେଖରେ ପରିବର୍ତନ ହେଉନି । ଅସରାଏ ବର୍ଷାରେ ବନ୍ତ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ହେଉଛି ଜଳାର୍ଣ୍ଣବ । ଏହି ସମସ୍ୟା ବହୁ ବର୍ଷ ହେବ ଦେଖାଦେଇଥିଲେ ମଧ୍ୟ ଏହି ସମସ୍ୟାର ସାମାନ୍ୟ ସୁଧାର ଆସୁନି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଖାଦେଉଛି । ବଜାରର ମଧ୍ୟମ ସ୍ଥଳରେ ଭଦ୍ରକ-ଆନନ୍ଦପୁର ,କେନ୍ଦୁଝର ୫୩ ନଂ. ରାଜ୍ୟ ରାଜପଥ ଅତିକ୍ରମ କରିଛି । ଏହି ବ୍ୟସ୍ଥ ବହୁଳ ରାସ୍ତାର ଉଭୟ ପାଶ୍ୱର୍ରେ ନିର୍ମାଣ ହେଉଥିବା ଡ଼୍ରେନ ର କାର୍ଯ୍ୟ ର୍ ସରିବାର ନା ନେଉନି । ଖୋଳାଯାଇଥିବା ଡ଼୍ରେନ ରେ ଆଂଟୁଏ ଉଚ୍ଚର ବର୍ଷାଜଳ ଜମି ରହବିାସହ ଅନ୍ୟାନ୍ୟ ସ୍ଥାନରେ ବର୍ଷାଜଳ ଜମିରହୁଥିବାରୁ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ଯାତ୍ରୀଙ୍କ ପାଇଁ ସମସ୍ୟା ସାଜୁଛି । ବନ୍ତ ବଜାର ଟିଲୋ କେନାଲ ଠାରୁ ବନ୍ତ ବ୍ଲକ ପର୍ଯ୍ୟନ୍ତ ି ପଯ୍ୟନ୍ତ ପରିବ୍ୟପ୍ତ ହୋଇଛି ।ଉକ୍ତ ରାସ୍ତାର ମଧ୍ୟମ ସ୍ଥଳରେ ଥିବା ମୁଖ୍ୟ ରାସ୍ତାକୁ ଏକବର୍ଷ ହେବ ଦୁଇ ଲାଉନ ବିଶିଷ୍ଟ କରାଯାଇଛି । ହେଲେ ରାସ୍ତାର ଉଭୟ ପାଶ୍ୱର୍ରେ ଜଳନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ହୋଇପାରିନି । କେତେକ ସ୍ଥାନରେ ଜଳନିଷ୍କାସନ ପାଇଁ ଖୋଳାଯାଇଥିବା ଡ଼୍ରେନ ପୋତିହୋଇପଡ଼ିଲାଣିତ କେଉଁଡି ପଡ଼ିଥିବା କଲଭଟ ଭାଙ୍ଗିି ନଷ୍ଟ ହେବାକୁ ବସିଛି ।ଅଧାପନ୍ତରିଆ ଭାବେ ପଡ଼ିଥିବା ଡ଼୍ରେନ କାର୍ଯ୍ୟ ଚାଲୁରହିଛି ।

ହେଲେ ବନ୍ତ ମୁଖ୍ୟ ବଜାର ଯେଉଁଠି ବନ୍ତ ପ୍ରାଥମିକ ଚିକିତତ୍ସାକେନ୍ଦ୍ର ତାହାମଧ୍ୟରେ ପାଣିଜମି ରହିବା ସହ ବନ୍ତ ବଜାରର ଡ଼ିଗିଆଡ଼ି,ଥାନାଛକ, ବନ୍ତବାଳିକା ବିଦ୍ୟାଳୟ ପାଖ ,ତହସିଲରୋଡ଼ ଆଦି ରେ ବର୍ଷାଜଳ ଜମିରହୁଛି । ଫଳରେ ଯାତ୍ରୀଙ୍କ ସହ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ,ବିଭିନ୍ନ କାର୍ଯ୍ୟାଳୟକୁ ଯାଉଥିବା ସାଧାରଣ ଯାତ୍ରୀ ନାନା ସମସ୍ୟାରେ ସମ୍ମୁଖିନ ହେଉଛନ୍ତି । ଉକ୍ତ ରାସ୍ତାଦେଇ ହଜାର ହଜାର ସଂଖ୍ୟାର ଜନସାଧାରଣ, ଗାଡ଼ି ମୋଟର ଯାତାୟତ କରୁଅଛି । ଏହାର ଉଭୟ ପାଶ୍ୱର୍ରେ ମଧ୍ୟ ବିଭିନ୍ନ ଦୋକାନ , ଥାନା ,ପ୍ରାଥମିକ ଚିକିତ୍ସା କେନ୍ଦ୍ର ,ପଶୁଚିକିତ୍ସା କେନ୍ଦ୍ର,କଲେଜ, ପୋଷ୍ଟ ଅଫିସ,ବ୍ଲକ ,ତହସିଲ ,ସବ୍‌ରେଜିଷ୍ଟର ସହ ବିଭିନ୍ନ ବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ଥିବାରୁ ପ୍ରତିମୁହୁର୍ତ୍ତରେ ଲୋକମାନେ ବିଭିନ୍ନ କାର୍ଯ୍ୟନେଇ ଯାତାୟ୍‌ତ କରୁଛନ୍ତି ି । ଡ଼ିଗି ଆଡ଼ି ପାଖରେ ବସ ,ଟ୍ରେକର ଆଦି ରହିବାର ବ୍ୟବସ୍ଥା ହୋଇଛି । ହେଲେ ବିଭିନ୍ନ ସ୍ଥାନକୁ ଯାତାୟତ ପାଇଁ ପ୍ରତୀକ୍ଷା ଗୃହଟିଏ ନଥିବାରୁ ବର୍ଷାରେ ଭିଜି ଯାତ୍ରୀମାନେ ନାନା ସମସ୍ୟାରେ ପଡ଼ୁଛନ୍ତି । ବଜାରର ସୈାନ୍ଦଯ୍ୟ କରଣ ପାଇଁ ବହୁଅର୍ଥ ଖର୍ଚ୍ଚ ହେବାର ଯୋଜନା ଥିବା ବେଳେ ,ସର୍ବସାରଣ ଙ୍କର ସୁଖପ୍ରଦ ଯାତ୍ରା ପାଇଁ ଜଳନିଷ୍କାସନର ସୁବ୍ୟବସ୍ଥା ମୁଖ୍ୟ ସ୍ଥାନ ଓ ଛକଯାଗାମାନଙ୍କରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଙ୍କ ତରଫରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.