Home ଅପରାଧ ନିର୍ମାଣରେ ମନ୍ଥରତା ପାଇଁ ଦୁର୍ଘଟଣା ବୃଦ୍ଧି ପାଉଛି

ନିର୍ମାଣରେ ମନ୍ଥରତା ପାଇଁ ଦୁର୍ଘଟଣା ବୃଦ୍ଧି ପାଉଛି

87

ଯାଜପୁର ୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)୧୬ ନମ୍ବର ଜାତୀୟ ରାଜପଥରେ ୬ ଲେନ କାର୍ଯ୍ୟ ଚାଲୁ ରହିଛି । ଏହି କାର୍ଯ୍ୟର ମନ୍ଥରତା ଯୋଗୁ ମୃତ୍ୟୁ ମୁଖରେ ପଡୁଛନ୍ତି ସାଧାରଣ ଲୋକ । ଏମିତିକି ବିଭିନ୍ନ ସ୍ଥାନରେ ଗୋଟିଏ ପଟେ ଗାଡି ଯାତାୟତ ଯୋଗୁ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଥିବା ବେଳେ ସବୁଠୁ କଷ୍ଟ ଭୋଗୁଛନ୍ତି ଜାତୀୟ ରାଜପଥ କଡରେ ଥିବା ଗ୍ରାମବାସୀ । ବିଭାଗ ପକ୍ଷରୁ ଆବଶ୍ୟକତା ମୁତାବକ କାର୍ଯ୍ୟ କରାନଯାଇ ଠିକାଦାର ମର୍ଜ୍ଜିରେ କାମ ଚାଲିଛି । ଦୁର୍ଘଟଣା ପାଇଁ କିଏ ଦାୟୀ ରହିବ ତାହା ପ୍ରଶ୍ନବାଚୀ ହୋଇଛି । ପାଣିକୋଇଲି ବଜାରରେ ହେଉଥବବା ଡ୍ରେନ କାର୍ଯ୍ୟ ଦୀର୍ଘ ୫ ମାସ ହେବ ସରୁନି । ମାତ୍ର ହାତଗଣତି ୨/୪ ଜଣ ଶ୍ରମିକକୁ ନେଇ କାମ ହେଉଥିବା ବେଳେ ଏହା ଦ୍ୱାରା କ୍ଷତିଗସ୍ତ ହେଉଛନ୍ତି ବ୍ୟବସାୟୀ । ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଆଗରେ ଦୀର୍ଘ ଦିନ ହେବ ଗାତ ଖୋଳାଯାଇଥିଲେ ମଧ୍ୟ କାମ ନହେବାରୁ ବ୍ୟବସାୟ ପ୍ରତିଷ୍ଠାନକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ନିର୍ମାଣାଧିନ ଡ୍ରେନ ଖୋଲାମେଲାରେ ପଡିଥିବାରୁ ତାହା ବିପଦକୁ ଆମନ୍ତ୍ରଣ କରୁଛି । ଏହା ସହିତ କେତେବେଳ କେଉଁଠାରେ ରାସ୍ତା ବନ୍ଦ ରହୁଛି କେତେବେଳ ଖୋଲାଯାଉଛି ତାହା ମଧ୍ୟ ବୁଝିବା ମୁସ୍କିଲ । ଯାହାକୁ ନେଇ ଅସନ୍ତୋଷ ତିବ୍ର ହେବାରେ ଲାଗିଛି । ପଥରପଦା ନିକଟରେ ଦୁଇଟି ପୋଲ ସମ୍ପ୍ରସାରଣ ନାମରେ ବର୍ଷାଧିକ କାଳ ହେବ ରାସ୍ତା ବନ୍ଦ ରହିଛି । ଫଳରେ ରାଜପଥ କଡରେ ଥିବା ଗ୍ରାମ ଗୁଡିକର ଅଧିବାସୀ ବହୁ କଷ୍ଟ କରିବାକୁ ପଡୁଛି । ବାଇକ ଚଳାଚଳ ପାଇଁ ଛଡାଯାଇଥିବା ରାସ୍ତାକୁ ବନ୍ଦ କରିବା ଯୋଗୁ ଆଜି ପଥରପଦା, କାଜିପାଟଣା, ନୂଆଗାଁର ଅଧିବ।।ସୀ ମାନେ ଠିକାଦାରକୁ ଘେରିଥିଲେ । ଫଳରେ ଠିକାଦାର ସଂସ୍ଥା ପକ୍ଷରୁ ବାଇକ ଯାତାୟତ ପାଇଁ ଜେସିବି ଆଣି ରାସ୍ତା ଛାଡିବା ପରେ ଉତେଜନା ହ୍ରାସ ପାଇଥିଲା । ଯେଭଳି ମନ୍ଥର ଗତିରେ କାର‌୍ୟ୍ୟ ଚାଲିଛି ଚଳିତ ବର୍ଷ ସରିବାର ସମ୍ଭାବନା ନାହିଁ । ଜନସାଧାରଣଙ୍କ ହିତରୁ ତୁରନ୍ତ କାର୍ଯ୍ୟ ସାରିବାକୁ “ସହଯୋଗ” ପକ୍ଷରୁ ଦାବି ହୋଇଛି । ନଚେତ ଉତେଜିତ ଜନତା ରାସ୍ତା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.