Home ଓଡ଼ିଶା ନିର୍ମାଣଧୀନ ପୋଲ ଭାଙ୍ଗିଲା, ଦୁଇ ମୃତ, ଧାର୍ଯ୍ୟ ସମୟ ପୂର୍ବରୁ ନିର୍ମାଣ ପାଇଁ ଠିକ କମ୍ପାନୀକୁ...

ନିର୍ମାଣଧୀନ ପୋଲ ଭାଙ୍ଗିଲା, ଦୁଇ ମୃତ, ଧାର୍ଯ୍ୟ ସମୟ ପୂର୍ବରୁ ନିର୍ମାଣ ପାଇଁ ଠିକ କମ୍ପାନୀକୁ କରାଯାଇଥିଲା ପୁରସ୍କୃତ

208

ବଲାଙ୍ଗୀର ୨୯-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ପଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆ ଗ୍ରାମ ସ୍ଥିତ ସୁକତେଲ ନଦୀ ଉପରେ ନିର୍ମାଣ କରାଯାଇ ଥିବା ପୋଲ ଭୁଶୁଡି ପଡିଯିବା ସହ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ପାଟଣାଗଡ଼ ଉପଖଣ୍ଡ ଅଧିନସ୍ଥ ତମିଆରୁ ମୁନ୍ଦଲସା ଗ୍ରାମକୁ ସଂଯୋଗ କରୁଥିବା ଏହି ପୋଲ ଭୁଷୁଡି ପଡିଥିବା ବେଳେ ରାମକୁମାର ଅଗ୍ରୱାଲ ପ୍ରା.ଲିମିଟେଡ ନାମକ କମ୍ପାନୀ ତରଫରୁ ଏହି ପୋଲ ନିର୍ମାଣ କରାଯାଇଥିଲା। ଏହି ପୋଲ ନିର୍ମାଣରେ ବ୍ୟାପକ ଅନିୟମିତତା ଓ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରାଯାଇଥିବା ବେଳେ ଏ ନେଇ ବାରମ୍ବାର ସାଧାରଣ ଅଭିଯୋଗ କରି ଆସୁଥିଲେ। ହେଲେ ଉକ୍ତ ନିର୍ମାଣ ନେଇ ପ୍ରଶାସନ ତରଫରୁ ଉକ୍ତ ଠିକା ସଂସ୍ଥା କୁ କୌଣସି ନୋଟିସ କିମ୍ବା କିଛି ତଦନ୍ତ କରାଯାଇ ନ ଥିଲା। ଶୁକତେଲ ନଦୀରେ ନିର୍ମାଣ କରାଯାଇଥିବା ଏହି ପୋଲ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ୨୦୦୭ ମସିହାରେ ନିର୍ମାଣ ସ୍ଥିର କରାଯାଇଥିଲା। ୨୦୧୫ ମସିହାରେ ୭ କୋଟି ଟଙ୍କା ର ବ୍ୟୟ ଅଟକଳ ରେ ପଟଣାଗଡ଼ ଉପଖଣ୍ଡ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ରାମକୁମାର ଅଗ୍ରୱାଲ ପ୍ରା. ଲିଃ ନାମକ ଠିକା ସଂସ୍ଥା କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏପରି କି ଧାର୍ଯ୍ୟ ସମୟ ପୂର୍ବରୁ ଏହି ପୋଲ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିଥିବା ଯୋଗୁଁ ଏହି ଠିକା କମ୍ପାନୀକୁ ପୁରସ୍କୃତ କରାଯାଇଛି। ପ୍ରକାଶ ଯେ ସାଧାରଣଙ୍କ ନିମ୍ନ ମାନର କାର୍ଯ୍ୟ ନେଇ ଅଭିଯୋଗ ଯୋଗୁଁ ପୋଲର ଏକ ଦବି ଯାଇଥିବା ପିଲର କୁ ମରାମତି କରାଯିବା ବେଳେ ପୋଲ ଭୁଷୁଡି ପଡିଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ବଲାଙ୍ଗୀର ମେଡିକାଲ କଲେଜ ଡାକ୍ତର ଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.