Home ଜିଲ୍ଲା ପରିକ୍ରମା ନିର୍ମାଣଧିନ ମୁଖ୍ୟମନ୍ତ୍ରୀ ସଡ଼କ ରାସ୍ତାରୁ ମାଟି ଚୋରିକୁ ଗ୍ରାମବାସୀଙ୍କ ବିରୋଧ,ଘଟଣା ସ୍ଥଳରେ ପୋଲିସର ତଦନ୍ତ

ନିର୍ମାଣଧିନ ମୁଖ୍ୟମନ୍ତ୍ରୀ ସଡ଼କ ରାସ୍ତାରୁ ମାଟି ଚୋରିକୁ ଗ୍ରାମବାସୀଙ୍କ ବିରୋଧ,ଘଟଣା ସ୍ଥଳରେ ପୋଲିସର ତଦନ୍ତ

17
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅଂଚଳରେ ବିଭିନ୍ନ ନଦୀ ଓ ସରକାରୀ ଜାଗାରୁ ବାଲି ମାଫିଆମାନେ ଅହରହ ବାଲି ମାଟି ଚୋରା ଚାଲାଣ କରି ବେଶ ଲାଲେ ଲାଲ ହେଉଥିବା ବେଳେ ଏବେ ମାଫିଆ ଙ୍କ ର ସରକାରି ରାସ୍ତା ଉପରେ ନଜର ପଡିଚି । ଦିନ ଦି ପହର ରେ ନିର୍ମାଣଧିନ ରାସ୍ତା ରୁ ମାଟି ଚୋରୀ କରାଯାଉଥିବା ଅଭିଯୋଗ ହୋଇଛି।ସୂଚନା ଥାଉକି କରଦା ପଂଚାୟତ ର ଓଉପୁର କରଦା ବିଦ୍ୟାଳୟ ଠାରୁ ଖଙ୍ଗରା ହାଟ ଭାୟା ବତାସିଆ ରାସ୍ତା ୫ କିଲୋମିଟର ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ କାର୍ଯ୍ୟ ଚାଲିଛି । ତା ୨୪/୧/୨୦୨୪ ତାରିଖ ରେ ଭଦ୍ରକ ଜିଲ୍ଳା ଯୋଜନା ବୋର୍ଡ ଅଧକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ଜିଲାପାଳ ସିଦ୍ଧେଶ୍ୱର ବଳୀରାମ ବୋନ୍ଦର,ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ଙ୍କ ଦ୍ୱାରା ଶିଳାନ୍ୟାସ ପରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାୟ ୪ କିଲୋମିଟର ୮ ସହ ମିଟର ରାସ୍ତା କାର୍ଯ୍ୟ ସରିଥିବାବେଳେ ଆଉ ୨ ଶହ ମିଟର ରାସ୍ତା କାର୍ଯ୍ୟ ଚାଲିଛି।ହେଲେ ଉକ୍ତ ରାସ୍ତା ର ଖଙ୍ଗରା ହାଟ ପାଖା ପାଖି ରାସ୍ତା ରୁ ସ୍ଥାନୀୟ ଲୋକ ଟ୍ରାକ୍ଟର ଦ୍ୱାରା ପ୍ରାୟ ୨୦ ଟ୍ରିପ ମାଟି ଚୋରୀ କରିନେଇ ଛନ୍ତି।ସ୍ଥାନୀୟ ଲୋକ ମାନେ ଧାମନଗର ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳ ରେ ପହଂଚିବା ପୂର୍ବରୁ ମାଟି ଚୋରୀ କରୁଥିବା ବ୍ୟକ୍ତି ଟ୍ରାକ୍ଟରନେଇ ଫେରାର ହୋଇ ଯାଇଥିଲେ । ସୁଚନା ଥାଉକି ସ୍ଥାନୀୟ ଅଂଚଳ ର କିଛି ଲୋକ ନିଜଜାଗାକହି ଉକ୍ତ ରାସ୍ତାକୁ ଅବରୋଧ କରିଥିବା ଠିକାଦାର କହୁଛନ୍ତି । ତେବେ ସରକାରି ରାସ୍ତା ସମସ୍ତଙ୍କ ପାଇଁ କାର୍ଯ୍ୟ ଆରମ୍ଭ ରୁ ବିରୋଧ କରା ଯାଇଥିଲେ ପ୍ରସାଶନ କିଛି ପଦକ୍ଷେପ ନେଇଥାନ୍ତେ। ମାତ୍ର ରାସ୍ତାକାର୍ଯ୍ୟ ସରିବା ଉପରେ ନିଜର ଜାଗା କହି ରାସ୍ତା ଅବରୋଧ କରିବାସହ ରାସ୍ତାରୁ ମାଟି ଉଠାଇ ନେବା ସଧାରଣ ରେ ନାପସନ୍ଦ କରା ଯାଇଛି। ବିଭାଗୀୟ କନିଷ୍ଟ ଯନ୍ତ୍ରୀ କହିଚନ୍ତି ଯେ ସେଠାରେ ଜୈନିକ ବ୍ୟକ୍ତି ନିଜ ଜାଗା କହି ରାସ୍ତା ଅବରୋଧ କରିବା ସହ କାର୍ଯ୍ୟ କରାଇ ଦେଉ ନାହାନ୍ତି।ଏ ଦିଗରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ଆଗକୁ ବର୍ଷା ଦିନ ଥିବାରୁ ତୁରନ୍ତ ରାସ୍ତାକାର୍ଯ୍ୟ ଶେଷ କରିବା ଓ ରାସ୍ତାରୁ ମାଟିଚୋରୀ କରିଥିବାବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.