Home ଓଡ଼ିଶା ନିର୍ଭୟାର ଦୋଷୀ ବିନୟର ପାଶୀ ଦଣ୍ଡ ପାଇଁ ସମାପ୍ତ ହେଲା ସମସ୍ତ ବିକଳ୍ପ – ସୁପ୍ରୀମ...

ନିର୍ଭୟାର ଦୋଷୀ ବିନୟର ପାଶୀ ଦଣ୍ଡ ପାଇଁ ସମାପ୍ତ ହେଲା ସମସ୍ତ ବିକଳ୍ପ – ସୁପ୍ରୀମ କୋର୍ଟ ଯାଚିକା ଖାରଜ କଲେ

759

ନୂଆ ଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ନିର୍ଭୟା କାଣ୍ଡର ଚାରି ଦୋଷୀମାନଙ୍କ ମଧ୍ୟରୁ ଜଣେ ଦୋଷୀ ବିନୟ ଶର୍ମାର ଯାଚିକାକୁ ଖାରଜ କରି ଦେଇଛନ୍ତି, ଯେଉଁଥିରେ ରାଷ୍ଟ୍ରପତିଙ୍କ ଦ୍ୱାରା ତା’ର ଦୟା ଯାଚିକାର ଅସ୍ୱୀକୃତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ନ୍ୟାୟମୂର୍ତ୍ତି ଅଶୋକ ଭୂଷଣ ଏବଂ ଏ. ଏସ. ବୋପନ୍ନାଙ୍କ ସହିତ ବିଚାରପତି ଆର. ଭାନୁମତିଙ୍କର ଅଧ୍ୟକ୍ଷତାରେ ଥିବା ଖଣ୍ଡପୀଠ ଏହି ନିଷ୍ପତି ଶୁଣାଇଛନ୍ତି। ବିନୟର ଯାଚିକା ଖାରଜ ହେବା ପରେ ଏବେ ତା’ ପାଖରେ ପାଶୀ ଦଣ୍ଡ ପାଇଁ କୌଣସି ବିକଳ୍ପ ବଞ୍ଚିନାହିଁ। ମାମଲାର ଶୁଣାଣି ସମୟରେ ଜଷ୍ଟିସ ଆର ଭାନୁମତି ବେହୋସ ହୋଇଯାଇଥିଲେ। ତା’ ପରେ ତାଙ୍କୁ ତୁରନ୍ତ ଚାମ୍ବରକୁ ନିଆଯାଇଥିଲା।

ଦୋଷୀ ବିନୟ ଶର୍ମାର ଓକିଲ ସୁପ୍ରୀମ କୋର୍ଟରେ ଯାଚିକା ଜରିଆରେ ଦୃଢ଼ୋକ୍ତି କରିଥିଲେ କି ତା’ ମହକିଲର ଜେଲରେ ଯାତନା କାରଣରୁ ମାନସିକ ଅବସ୍ଥା ଖରାପ ହୋଇଯାଇଛି। ଯାଚିକାରେ ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବା ପାଇଁ କୋର୍ଟରେ ଅନୁରୋଧ କରାଯାଇଥିଲା। କୋର୍ଟ ନିଜର ଆଦେଶରେ କହିଲେ କି ବିନୟ ମାନସିକ ରୂପରେ ଫିଟ ଅଛି ଏବଂ ତା’ର ମେଡିକାଲ ସ୍ଥିତି ଠିକ ଅଛି।

ଦିଲ୍ଲୀର ଏକ କୋର୍ଟ ଗୁରୁବାରଦିନ ନିର୍ଭୟାକୁ ଦୁଷ୍କର୍ମ ମାମଲାରେ ଡେଥ ୱାରେଣ୍ଟ ଜାରୀ କରିବାର ଯାଚିକା ଉପରେ ଶୁଣାଣି ୧୭ ଫେବୃଆରି ପର୍ଯ୍ୟନ୍ତ ପାଇଁ ସ୍ଥଗିତ କରିଦେଇଥିଲେ। କୋର୍ଟ ମାନିଛନ୍ତି କି ଦୋଷୀଙ୍କୁ ନିଜର ସମସ୍ତ ଆଇନ ଅନୁଯାୟୀ ଅଧିକାରକୁ ଉପଯୋଗ କରିବାର ଅଧିକାର ଅଛି ଏବଂ ତାଙ୍କର ମୌଳିକ ଅଧିକାରକୁ ଅଣଦେଖା କରାଯାଇପାରିବ ନାହିଁ।

ଏହା ବ୍ୟତୀତ କୋର୍ଟ ଗୁରୁବାରଦିନ ନିର୍ଭୟା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଓକିଲ ରବି କାଜୀଙ୍କୁ ଦୋଷିମାନଙ୍କ ମଧ୍ୟରୁ ପବନ ଗୁପ୍ତାଙ୍କ ତରଫରୁ ପ୍ରତିନିଧିତ୍ବ କରିବା ପାଇଁ ନିଯୁକ୍ତ କରିଛନ୍ତି। ଚାରି ଦୋଷିଙ୍କ ମଧ୍ୟରୁ କେବଳ ପବନ ପାଖରେ ହିଁ ସୁଧାରାତ୍ମକ ଏବଂ ଦୟା ଯାଚିକାର ବିକଳ୍ପ ବଞ୍ଚିଛି।

ଉଲ୍ଲେଖନୀୟଯେ, ରାଷ୍ଟ୍ରୀୟ ରାଜଧାନୀର ବସନ୍ତ ବିହାର ନାମକ ସ୍ଥାନରେ ୧୬ ଡିସେମ୍ବର, ୨୦୧୨ ରାତିରେ ୨୩ ବର୍ଷର ପାରାମେଡିକାଲ ଛାତ୍ରୀ ନିର୍ଭୟା ସହିତ ଚଳନ୍ତା ବସରେ ବହୁତ ବର୍ବରତାର ସହିତ ଗଣ ଦୁଷ୍କର୍ମ କରାଯାଇଥିଲା। ଏହି ଜଘନ୍ୟ ଘଟଣାରେ ପୀଡ଼ିତାକୁ ଚିକିତ୍ସା ପାଇଁ ସରକାର ସିଙ୍ଗାପୁର ନେଇଥିଲେ ଯେଉଁଠାରେ ଚିକିତ୍ସା ସମୟରେ ନିର୍ଭୟାର ମୃତ୍ୟୁ ହୋଇଥିଲା।

ଏହି ମାମଲାରେ ଦିଲ୍ଲୀ ପୁଲିସ ବସ ଚାଲକ ସହିତ ଛଅଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ସାମିଲ ଥିଲା। ଏହି ମାମଲାରେ ନାବାଳକକୁ ତିନି ବର୍ଷ ପର୍ଯ୍ୟନ୍ତ ସୁଧାର ଗୃହରେ ରଖିବା ପରେ ଛାଡ଼ିଦିଆଗଲା। ଆଉ ଜଣେ ଦୋଷୀ ରାମ ସିଂହ ଜେଲରେ ଆତ୍ମହତ୍ୟା କରିଥିଲା। ଫାଷ୍ଟ ଟ୍ରାକ କୋର୍ଟ ଏହି ମାମଲାରେ ଚାରିଜଣ ଅଭିଯୁକ୍ତ ପବନ, ଅକ୍ଷୟ, ବିନୟ ଏବଂ ମୁକେଶକୁ ଦୋଷୀ ମାନି ପାଶୀ ଦଣ୍ଡ ଶୁଣାଇ ଥିଲେ। ଫାଷ୍ଟ ଟ୍ରାକ କୋର୍ଟର ଏହି ନିଷ୍ପତିକୁ ହାଇକୋର୍ଟ ଏବଂ ସୁପ୍ରୀମ କୋର୍ଟ ମଧ୍ୟ ଅପରିବର୍ତ୍ତିତ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.