Home ଓଡ଼ିଶା ନିର୍ଭୁଲ ଗଣନା ନିମନ୍ତେ କାଉଟିଂ ଅଫିସିଆଲଙ୍କୁ ତାଲିମ ପ୍ରଦାନ

ନିର୍ଭୁଲ ଗଣନା ନିମନ୍ତେ କାଉଟିଂ ଅଫିସିଆଲଙ୍କୁ ତାଲିମ ପ୍ରଦାନ

389

କୋରାପୁଟ ୧୬-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ)ସାଧାରଣ ନିର୍ବାଚନର ଭୋଟ ଗଣନା ୨୩ ତାରିଖରେ ଥିବାକୁ ବେଳେ କୋରାପୁଟ ଜିଲ୍ଲାପ୍ରଶାସନ କାଉଟିଂ ଅଫିସିଆଲଙ୍କୁ ସ୍ଥାନୀୟ ସରକାରୀ ହାଇସ୍କୁଲଠାରେ ଜିଲ୍ଲା ମାଷ୍ଟର ଟ୍ରେନର ମାନେ ତାଲିମ ପ୍ରଦାନ କରିଥିଲେ।ଗତକାଲି ରାଜ୍ୟ ମାଷ୍ଟର ଟ୍ରେନର ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ସୂଜାତା ମିଶ୍ର ଜିଲ୍ଲାର ତହସିଲଦାର ଓ ବିଡିଓମାନଙ୍କୁ ତାଲିମ ଦେଇଥିଲେ।କୋରାପୁଟ ଜିଲ୍ଲାପାଳ ତଥା କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର କେ.ସୁଦର୍ଶନ ଚକ୍ରବର୍ତ, କୋରାପୁଟ ଉପଜିଲ୍ଲାପାଳ ତଥା କୋରାପୁଟ, ଲକ୍ଷ୍ମିପୁର ଓ ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଲଲିତ କୁମାର କହଁର, ଜୟପୁର ଉପଜିଲ୍ଲାପାଳ ତଥା ଜୟପୁର ଓ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଲୋକନାଥ ଦଳବେହେରା, କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ, କୋଟପାଡ ଏନ.ଏ.ସ.ିର ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ, ସେମିଲିଗୁଡା ବିଡିଓ ତ୍ରୀନାଥ ମାଝି, କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ପ୍ରମୁଖଙ୍କ ସହ ଅନ୍ୟ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନର ଯୋଗଦେଇ ତାଲିମ ପ୍ରଦାନ କରିଥିଲେ।।କୋରାପୁଟ, ଲକ୍ଷ୍ମିପୁର, ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କୋରାପୁଟ ସରକାରୀ କଲେଜ ଏବଂ ଜୟପୁର ଓ କୋଟପାଡ ନିର୍ବାଚନ ମଣ୍ଡଲୀ ନିମନ୍ତେ ଜୟପୁର ବିକ୍ରମଦେବ କଲେଜଠାରେ ଗଣନା କାର୍ଯ୍ୟକ୍ରମ କରାଯିବ ବୋଲି କୋରାପୁଟ ଏଡିଏମ ଦେବେନ କୁମାର ପ୍ରଧାନ ପ୍ରକାଶ କରିଥିଲେ।ପ୍ରତ୍ୟେକ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀ ନିମନ୍ତେ ୭ ଟି ଲେଖାଏଁ ଟେବୁଲ ରଖାଯାଇ ଗଣନା କରାଯିବ ଏବଂ ପ୍ରେତ୍ୟେକ ଟେବୁଲରେ ଆରଓ /ଏଆରଓ ଓ ପର୍ଯ୍ୟବେକ୍ଷକ ଟେବୁଲ ରହିବ ବୋଲି ସେ ସୂଚନା ଦେଇଥିଲେ।ପ୍ରଥମେ ପୋଷ୍ଟାଲ ବେଲେଟ ପେପର ଗଣନା କରାଯିବା ପରେ ଇଭିଏମରୁ ଗଣତି କରାଯିବ ବୋଲି ସେ ସୂଚନା ଦେଇଥିଲେ।ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀର ଅନିୟମିତଭାବରେ ୫ ଟି ବୁଥର ଭିଭିପାଟ ପେପର କଢାଯାଇ ଗଣତି କରାଯାଇ ଇଭିଏମ ସହ ତୁଳନା କରାଯିବ ବୋଲି ସେ ପ୍ରକାଶ କରିଥିଲେ।ଗଣତି ଯେପରି ନିର୍ଭୁଲ ରହିବ ସେଥିପ୍ରତି ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ସେ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.