Home ଜିଲ୍ଲା ପରିକ୍ରମା ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ

ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ

86

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଡି.ଆର.ଡ଼ି.ଏ ସମ୍ମିଳନୀ କକ୍ଷରେ ମାଷ୍ଟ୍ରର ଟ୍ରେନର ମାନଙ୍କ ପାଇଁ ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିର୍ବାଚନୀ କାର୍ଯ୍ୟର ସମସ୍ତ ପର୍ଯ୍ୟାୟ ଓ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଏ.ପି.ଡ଼ି. କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ବଂଶୀଧର ସିଂ ପ୍ରମୁଖ ମଧ୍ୟ ଏ ପ୍ରଶିକ୍ଷଣ ବୈଠକରେ ଯୋଗ ଦେଇଥିଲେ। କୋଭିଡ଼୍‌-୧୯ ନିୟମାବଳୀର ଅନୁପାଳନ ପୂର୍ବକ ନିର୍ବାଚନ ପରିଚାଳନା ଓ ଭୋଟଗ୍ରହଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ପ୍ରିଜାଇଡ଼ିଂ ଅଧିକାରୀ, ପୋଲିଂ ଅଧିକାରୀ, ସେକ୍ଟର ଅଫିସର ମାନଙ୍କ ଦାୟିତ୍ୱ, ଭୋଟ ଗ୍ରହଣ ପ୍ରକ୍ରିୟା, ଭୋଟ ବାକ୍ସର ସଠିକ୍ ବ୍ୟବହାର, ଭୋଟ ଗ୍ରହଣ ସମାପ୍ତି ପରେ ଭୋଟ ବାକ୍ସକୁ ସିଲ କରାଯିବା ପ୍ରକ୍ରିୟା ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ବୁଝାଇ ଦିଆଯିବା ସହ ଡ଼େମୋ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଭୋଟ ଗ୍ରହଣ ପୂର୍ବରୁ ପ୍ରସ୍ତୁତି, ପୋଲିଂ ଏଜେଣ୍ଟ ଉପସ୍ଥିତିରେ ଭୋଟବାକ୍ସ ଓ ବାଲାଟ ପେପରକୁ ସଠିକ୍ ଢ଼ଙ୍ଗରେ ପ୍ରସ୍ତୁତ କରାଯିବା। ଭିନ୍ନ ଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବାଲଟ ପେପର ଆଦି ଆନୁସଙ୍ଗିକ ସମସ୍ତ ବିଷୟ ସମ୍ବନ୍ଧରେ ତାଲିମ ଦିଆଯାଇଥିଲା। ଜିଲ୍ଲାର ସମସ୍ତ ବି.ଡ଼ି.ଓ, ଏ.ବି.ଡି.ଓ, ତହସିଲଦାର, ଅତିରିକ୍ତ ତହସିଲଦାର, ଜି.ପି.ଓ ଏବଂ ସଂପୃକ୍ତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏଠାରେ ପ୍ରଶିକ୍ଷଣ ନେଇଥିବା ମାଷ୍ଟର ଟ୍ରେନର ମାନେ ବ୍ଲକସ୍ତରରେ ମାଷ୍ଟର ଷ୍ଟ୍ରେନର, ସେକ୍ଟର ଅଫିସର, ପ୍ରିଜାଇଡ଼ିଂ ଅଫିସର ଆଦିଙ୍କୁ ତାଲିମ ପ୍ରଦାନ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.