Home ଜିଲ୍ଲା ପରିକ୍ରମା ନିର୍ବାଚନରେ ଦିବ୍ୟାଙ୍ଗମାନଙ୍କ ଆସନ ସଂରକ୍ଷଣ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ନିର୍ବାଚନରେ ଦିବ୍ୟାଙ୍ଗମାନଙ୍କ ଆସନ ସଂରକ୍ଷଣ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

94

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଞ୍ଚାୟତ ଓ ବିଧାନସଭା ନିର୍ବାଚନ କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କ ଆସନ ସଂରକ୍ଷଣ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ କରିଛନ୍ତି ଭଦ୍ରକ ଜିଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ହଟପୁର-ନୂଆଗାଁ ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କ ପୁତ୍ର ଦିବ୍ୟାଙ୍ଗ ଜଗନ୍ନାଥ ଓରଫ ଜଗା । ଜଗା ଜନ୍ମରୁ ଦୁଇହାତ ନଥିବା ଜଣେ ଶତ ପ୍ରତିଶତ ଦିବ୍ୟାଙ୍ଗ ଅଟେ । ଏବଂ ସେ ପାଦରେ ଲେଖି ଫକୀର ମୋହନ ବିଶ୍ୱ ବିଦ୍ୟାଳୟରୁ ସ୍ନାତକ ପାସ୍ କରିଛନ୍ତି । ଜଗା ପ୍ରଦାନ କରିଥିବା ଦାବିପତ୍ର ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶାସନ କାଳରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସହାୟତା ମାନ ଘୋଷଣା କରିଛନ୍ତି । ଖାଲି ଓଡ଼ିଶାରେ ନୁହେଁ ସାରା ଭାରତବର୍ଷରେ ପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ୧ ନଂ ସ୍ଥାନ ଅଳଙ୍କୃତ କରିଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ସାରା ବିଶ୍ୱରେ ଭିନ୍ନକ୍ଷମ ଦିବସ ପାଳନ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ଦିବ୍ୟାଙ୍ଗ ମାନଙ୍କ ପ୍ରତି ଅବହେଳା କରୁଛନ୍ତି ବୋଲି ଦର୍ଶାଇଛନ୍ତି । କାରଣ ନିକଟରେ ପଂଚାୟତ ନିର୍ବାଚନରେ ଏସସି, ଏସ୍‌ଟି, ଓବିସି, ମହିଳା ଓ ଏମିତି କିନ୍ନରମାନଙ୍କ ପାଇଁ ନିର୍ବାଚନ କ୍ଷେତ୍ରରେ ଆସନ ସଂରକ୍ଷିତ ଥିବାବେଳେ ଦିବ୍ୟାଙ୍ଗମାନଙ୍କ କଥା ସରକାର ଭୁଲିଗଲେ ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏବଂ ଯଦି ଏ ସଂପର୍କରେ ଦିବ୍ୟାଙ୍ଗମାନଙ୍କ ପ୍ରତି ଦୃଷ୍ଟି ଦିଆନଯାଏ, ତେବେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଏକ ମିଛ ପ୍ରହସନ ବୋଲି ପ୍ରଶ୍ନ କରିଛନ୍ତି । ଏଣୁ ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ନିର୍ବାଚନରେ ସେମାନଙ୍କ ପାଇଁ ଆସନ ସଂରକ୍ଷଣ ରଖିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଠାରେ ଦାବି କରିଛି ଜଗା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.