Home ଜିଲ୍ଲା ପରିକ୍ରମା ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ଓ ନିର୍ବାଚନ ଅଧିକାରୀ ବୈଠକ

ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ଓ ନିର୍ବାଚନ ଅଧିକାରୀ ବୈଠକ

42

ନୟାଗଡ ୧୨/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) ନୟାଗଡ ଜିଲ୍ଲା ରଣପୁର ବ୍ଲକ ୩୭ ଗୋଟି ଗ୍ରାମପଞ୍ଚାୟତକୁ ନେଇ ଏକ ବୃହତ ବ୍ଲକ। ବ୍ଲକରେ ଉତ୍ତେଜନା ପ୍ରବଣ ଓ ଅତି ଉତ୍ତେଜନା ପ୍ରବଣ ବୁଥ୍ ସହ ସମସ୍ତ ବୁଥ୍ ରେ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଅଧିକାରୀ ଋତୁପର୍ଣ୍ଣା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ଲକ ପରିସରରେ ପୋଲିସ, ପ୍ରତି ପଞ୍ଚାୟତ ନିର୍ବାଚନ ଅଧିକାରୀ, ରଣପୁର ଓ ଚାନ୍ଦପୁର ଥାନା ଅଧିକାରୀ ଓ ସମସ୍ତ ବ୍ଲକ କର୍ମଚାରୀ ଙ୍କୁ ନେଇ ଏହି ବୈଠକ ହୋଇଥିଲା। ସମସ୍ତ ବୁଥ୍ ଗୁଡିକରେ କିପରି ପୋଲିଙ୍ଗ ପାର୍ଟି ଓ ବାଲାଟ୍ ପେପର ଠିକ୍ ସମୟରେ ପହଂଚିବ ଓ ଶୃଙ୍ଖଳିତ ଭାବେ ନିର୍ବାଚନା ପରିଚାଳନା ହେବ ମୁଖ୍ୟତଃ ସେ ନେଇ ଋତୁପର୍ଣ୍ଣା ମହାପାତ୍ର ସମସ୍ତଙ୍କ ସହଯୋଗ ଲୋଡିଥିଲେ।

ଏହି ବୈଠକରେ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ, ରଣପୁର ଥାନା ଉପ ନିରୀକ୍ଷକ ପୁରୁଷୋତ୍ତମ ପ୍ରଧାନ, ରଣପୁର ଅତିରିକ୍ତ ତହସିଲଦାର ଅଶୋକ କୁମାର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅଭିନାଶ ମାହାର ଓ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ରତନଲାଲ ଲୋହରା ନିଜ ନିଜର ମତ୍ତ ବ୍ୟକ୍ତ କରିଥିଲେ। ଚାନ୍ଦପୁର ଥାନା ଅଧିନରେ ଥିବା ସମସ୍ତ ଗ୍ରାମପଞ୍ଚାୟତରେ ନିର୍ବାଚନ ଅବାଧ ଓ ନିରଙ୍କୁଶ ହେବାପାଇଁ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଦୃଢୋକ୍ତି ପ୍ରତିଶୃତି ଦେଇଥିଲେ। ସମସ୍ତ କର୍ମଚାରୀ ଓ ନିର୍ବାଚନ ଅଧିକାରୀ ମାନେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା କରିବା ପାଇଁ ମଣ୍ଡଳ ଉନ୍ନୟନ ଅଧିକାରିଣୀ ଆହ୍ୱାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.