ହାଟଡ଼ିହି, ୧୫ । ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନିର୍ଦ୍ଧାରିତ ସମୟ ପୁର୍ବରୁ ଅଧାରୁ ସ୍କୁଲ ଛାଡି ଚାଲି ଯାଉଥିବାରୁ ହାଟଡିହି ବ୍ଲକର ଚାରୋଟିି ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବ୍ଲକ ଶିକ୍ଷା ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଗତ ୧୨ତାରିଖ ଦିନ ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ ଓ ଏବିଇଓ ଧନେଶ୍ୱର ଖଣ୍ଡେଇ ଦିନ ଗୋଟାଏ ତିରିଶ ମିନିଟ ସମୟରେ ଛେନାପଦି ୟୁଜିୟୁପି ସ୍କୁଲ, ଗୋପ ୟୁଜି ୟୁପି ସ୍କୁଲ, ହାଟଡିହି ନୋଡାଲ ୟୁପି ସ୍କୁଲ ଓ ଜଳକଳଙ୍ଗ ୟୁଜିୟୁପି ସ୍କୁଲକୁ ପରିଦର୍ଶନରେ ଯାଇଥିବାବେଳେ ସଂପୃକ୍ତ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନଥିବାର ଦେଖିବାକୁ ପାଇଥିଲେ । ସକାଳ ୧୦ରୁ ୪ଟା ପର୍ଯ୍ୟନ୍ତ ସ୍କୁଲ ମାନଙ୍କରେ ଉପସ୍ଥିତ ରହିବାର ନିୟମ ଥିବାବେଳେ ଓ ଏନେଇ ହ୍ୱାଟସଅପ ଗ୍ରୁପରେ ଜଣାଯାଉଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ କିପରି ସ୍କୁଲ ବନ୍ଦ କରିପଳାଉଛନ୍ତି ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ସେଥିପାଇଁ ସେ ଅନୁପସ୍ଥିତ ଥିବା ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଙ୍କ ଚିଠିନଂ ୮୨୩ ତା ୧୨/୩/୨୦୨୧ରେ କାରଣ ଦର୍ଶାଅ ନୋଟିସ ଜାରି କରି ୫ଦିନ ଭିତରେ ଏହାର ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।