Home କେନ୍ଦୁଝର ନିରାଶ୍ରୟ ରୋଗୀକୁ ରକ୍ତଦାନ କଲେ ସ୍ୱେଚ୍ଛାସେବୀ

ନିରାଶ୍ରୟ ରୋଗୀକୁ ରକ୍ତଦାନ କଲେ ସ୍ୱେଚ୍ଛାସେବୀ

44

ହାଟଡିହି, ୧୬ । ୨ :(ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତର ଭୁତପଦା ଗ୍ରାମରେ ଜଣେ ନିରାଶ୍ରୟ ରୋଗୀକୁ ରକ୍ତଦାନ କରିଛନ୍ତି ସ୍ୱେଚ୍ଛାସେବୀ ସୁଧାଶୁଂ ବେହେରା । କିଛିଦିନ ତଳେ ଭୁତପଦା ଗାଁର କୁନି ଝିଅଟିଏ ପାଦଖସିଯାଇ ତଳେ ପଡିଯିବାରୁ ତାର କମରରେ ଶକ୍ତ ଆଘାତ ଲାଗିଥିଲା । ସେ ଦୀର୍ଘଦିନ ଧରି ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବାବେଳେ ଏବେ ମେଲେରିଆ ରୋଗରେ ପିଡିତ ଅଛି । ଏପରିସ୍ଥଳେ ତାଙ୍କର ରକ୍ତର ଆବଶ୍ୟକତା ପଡିବା ଖବରପାଇ ଫ୍ରେଣ୍ଡସ ଫର ଫାଉଣ୍ଡେସନର ସଦସ୍ୟ ସୁଧାଶୁଂ ବେହେରା ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ରକ୍ତଦାନ କରିôତଲେ । ଫାଉଣ୍ଡେସନର ତପନ ପାତ୍ର, ଜିତେନ୍ଦ୍ର କୁଅଁର, ନୀଳମଣି ଘଡେଇ ପ୍ରମୁଖ ମଧ୍ୟ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି କୁନି ଝିଅଟିର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝାସୁଝା କରିବା ସହିତ ତାଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିଥିଲେ । ଫାଉଣ୍ଡେସନର ସଦସ୍ୟ ସୁଧାଶୁଂ ବେହେରାଙ୍କ ଏପରି ମହତ କାର୍ଯ୍ୟକୁ ସାଧାରଣରେ ପ୍ରସଶାଂ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.