Home ଜିଲ୍ଲା ପରିକ୍ରମା ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପୁରୀ ରାଜସ୍ୱ ଜିଲ୍ଲା ପକ୍ଷରୁ ଦ୍ଵିତୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପୁରୀ ରାଜସ୍ୱ ଜିଲ୍ଲା ପକ୍ଷରୁ ଦ୍ଵିତୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

72

ପୁରୀ, ୨୮।୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ନିମାପଡା ଟାଉନ ହଲ ଠାରେ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପୁରୀ ରାଜସ୍ୱ ଜିଲ୍ଲା ପକ୍ଷରୁ ଦ୍ଵିତୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ସଂଘର ଜିଲ୍ଲା ସଭାପତି ସୁଶାନ୍ତ କୁମାର ନାୟକଙ୍କ ସଭାପତିତ୍ବ ରେ ଆୟୋଜିତ ସମ୍ମିଳନୀରେ ଅତିଥି ଭାବେ ନିମାପଡ଼ା ବ୍ଲକ ଅଧକ୍ଷା ମନସ୍ଵନି ଖଟେଇ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସମର୍ଥ, ସମ୍ପାଦକ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।ସଭା ଆରମ୍ଭରେ ପ୍ରଥମେ ଯେଉଁ ଛାତ୍ର ଛାତ୍ରୀ. ଶିକ୍ଷକ ଶିକ୍ଷୟତ୍ରୀ ସାହିତ୍ୟିକ ସମାଜସେବୀ ଶିକ୍ଷାବିତ ମହାମାରୀ କରୋନା ସଂକ୍ରମଣରେ ଇହଲୀଳା ସମ୍ବରଣ କରିଛନ୍ତି ସେମାନଙ୍କ ଉଦ୍ୟେଶରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ପରେ ଅତିଥି ମାନେ କରୋନା ପ୍ରଭାବରେ ସର୍ବାଧିକ ପ୍ରଭାବିତ ହୋଇଥିବା ଶିକ୍ଷା ବ୍ୟବସ୍ଥାର କିପରି କ୍ଷତି ଭରଣା କରା ଯାଇ ପାରିବ ସେ ନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସଂଘ ଦାବି କରିଥିଲା।ଦୀର୍ଘ ୨୦ ମାସ ଧରି ବନ୍ଦ ଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ କିପରି ଆରମ୍ଭ କରାଯାଇ ପାରିବ ତାହାର ବିକଳ୍ପ ପନ୍ଥା କରି ସ୍କୁଲ ଖୋଲା ଯିବା ସହିତ ସ୍କୁଲ ମାନଙ୍କରେ ୫T ଯୋଜନାରେ ରୁପାନ୍ତରିତ କାର୍ଯ୍ୟ ଗୁଡ଼ିକୁ କିପରି ରକ୍ଷାଣ ବକ୍ଷାଣ କରାଯିବ ସଂଘ କହିଥିବା ବେଳେ ଶିକ୍ଷକ ମାନଙ୍କ ଭିତରେ କୌଣସି ମତ ଭେଦ ନ କରି ସମାନ କାମକୁ ସମାନ ଦରମା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସଂଘ ଦାବି କରିଛି। ବିଦ୍ୟାଳୟ ଗୁଡିକରେ ଥିବା ଅନ୍ୟାନ୍ୟ ସମସ୍ୟା ସବୁ ଉପରେ ଦୃଷ୍ଟି ଦେବା ସହ ଶିକ୍ଷକ ମାନଙ୍କର ବିଭିନ୍ନ ଅସୁବିଧା ସବୁକୁ ଦୂର କରା ନ ଗଲେ ଆଗାମୀ ଦିନରେ ଶିକ୍ଷକ ସଂଘ ରାଜରାସ୍ତାକୁ ଓଲ୍ହାଇବ ବୋଲି ସଂଘ ଚେତାବନୀ ଦେଇଛି।ଏହି ଅବସରରେ ଅବସର ପ୍ରାପ୍ତ ବରିଷ୍ଟ ଶିକ୍ଷକ ଲୋକନାଥ ରଥ ଓ ଜଳନ୍ଧର ମହାପାତ୍ର ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଶିକ୍ଷାବିତ ତ୍ରିଲୋଚନ କର ଅତିଥି ପରିଚୟ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.