Home କେନ୍ଦୁଝର ନିମ୍ନମାନର ରାସ୍ତା କାର୍ଯ୍ୟ ବର୍ଷାରେ ଧୋଇହୋଇ ଏକର ଏକର ଚାଷ ଜମି ସହ ଫସଲ ନଷ୍ଟ

ନିମ୍ନମାନର ରାସ୍ତା କାର୍ଯ୍ୟ ବର୍ଷାରେ ଧୋଇହୋଇ ଏକର ଏକର ଚାଷ ଜମି ସହ ଫସଲ ନଷ୍ଟ

229

ହରିଚନ୍ଦନପୁର,ତା ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଚକ୍ରଧରପୁର ଗ୍ରାମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମିତ ରାସ୍ତା ସହ ପୋଲ ଧୋଇ ହୋଇଗଲା, ଏକର ଏକର ଚାଷ ଜମି ନଷ୍ଟ । ଖବର ଅନୁଯାୟୀ ଚକ୍ରଧରପୁର ଠାରୁ ପାରାଭାଡି ସାହିକୁ ପୂର୍ବରୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୫ଲକ୍ଷ ଟଙ୍କାର ଅନୁଦାନ ପରେ ଓଡ଼ିଶା ଖଣିଜ ବିଓରିଙ୍ଗ ଏରିଆ ଡେଭଲପମେଣ୍ଟ କର୍ପୋରେସନ ତରଫରୁ ୯୧ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ଏତେ ଟଙ୍କା ପ୍ରଦାନ ହୋଇଥିବା ବେଳେ ଏହି ରାସ୍ତା ସହ ରାସ୍ତାର ମଧ୍ୟଭାଗରେ ଥିବା ନଳର ପୋଲ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ରହିଥିଲା । ୩ଟି ଗ୍ରାମ ତଥା କାଳିମାଟି, ଦୁଧିଆନାଳି, ଚକ୍ରଧରପୁର ଗ୍ରାମ ନିକଟରେ ଥିବା ସମସ୍ତ ଜମିର ପାଣି ଏହି ନାଳରେ ଆସୁଥିବା ବେଳେ ପୋଲ ନିର୍ମାଣରେ ଅନିୟମିତତା । ଏହାକୁ ବିରୋଧ କରି ଗ୍ରାମବାସୀ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ହେଲେ ଠିକାଦାର ସହ ସଲାସୁତୁରା ହୋଇ ଲୋକମାନଙ୍କ ଅଭିଯୋଗକୁ କର୍ଣ୍ଣପାତ କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଲୋକମାନଙ୍କ ଅଭିଯୋଗକୁ କର୍ଣ୍ଣପାତ ନକରିବା କାରଣରୁ ବର୍ଷା ପାଣିରେ ପୋଲ ନିକଟରେ ଥିବା ଜତିନ୍ଦ୍ର ନାଏକ, ପଟିଆ ନାଏକ, ଗୋପି ନାଏକ, ରଥିଆ ନାଏକ ଭଳି ଅନେକଙ୍କ ଚାଷ ଜମିର ଫସଲ ନଷ୍ଟ ସହ ରାସ୍ତାର ମାଟି ଜମି ମଧ୍ୟକୁ ଚଢିଯାଇଛି । ଏଥିସହ ପୋଲ ନିର୍ମାଣରେ ଲୁହାଛଡ଼ ନଦେଇ କେବଳ ମେଣ୍ଟାଲ, ବାଲି ଓ ଅଳ୍ପ ପରିମାଣର ସିମେଣ୍ଟ ଭାଗ ଦେଇ ପୋଲଟି ନିର୍ମାଣ କରାଯାଇଥିବା ନେଇ ପୋଲଟିର ଓ୍ବାଲ ଗୁଡ଼ିକ ଫାଟିବା ଆରମ୍ଭ କଲାଣି । ତେଣୁ ବେଳ ଥାଉ ଥାଉ ସଠିକ୍ ତଦନ୍ତ କରି ଠିକ୍ ଭାବରେ ପୋଲ ସହ ରାସ୍ତା ନିର୍ମାଣ କାର୍ଯ୍ୟ ନକରାଇଲେ ଆଗାମୀ ଦିନରେ ବିଭିନ୍ନ ବିପଦକୁ ଏଡ଼ାଇ ହେବନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ସଠିକ୍ ତଦନ୍ତ କରାଇ ଠିକ୍ ଭାବରେ ରାସ୍ତା କାର୍ଯ୍ୟ କରାଇବାକୁ ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.