Home ଜିଲ୍ଲା ପରିକ୍ରମା ନିମ୍ନମାନର ଖାଦ୍ୟକୁ ନେଇ ୭ ହଜାର ଜରିମାନା ଆଦାୟ

ନିମ୍ନମାନର ଖାଦ୍ୟକୁ ନେଇ ୭ ହଜାର ଜରିମାନା ଆଦାୟ

16

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିମ୍ନମାନର ଖାଦ୍ୟ ପରସା ଯିବାକୁ ନେଇ ଆଜି ବାସୁଦେବପୁର ସହରରେ ଥିବା ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଖାଦ୍ୟର ମାନ ଯାଂଚ କରାଯାଇ ସେମାନଙ୍କ ଠାରୁ ସାତ ହଜାର ଜରିମାନା ଆଦାୟ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଭାରତି ରାଉତଙ୍କ ନେତୃତ୍ୱରେ ଚାରିଜଣିଆ ଟିମ ଆଜି ବାସୁଦେବପୁର ଗସ୍ତରେ ଆସି ଖାଦ୍ୟର ମାନଞ୍ଚଯାଂଚ କରିଥିଲେ । ଏହି ସମୟରେ ୧୮ ଗୋଟି ହୋଟେଲ ଓ ରେଷ୍ଟୁରାଂଟ ଉପରେ ଚଢଉ କରାଯାଇ ଖାଦ୍ୟର ମାନ ଯାଂଚ କରାଯାଇଥିବା ବେଳେ ୫ଶହ ଟଙ୍କା ଲେଖାଏଁ ୧୪ ଗୋଟି ରନ୍ଧାଖାଦ୍ୟ ସଂସ୍ଥା ଉପରୁ ଜରିମାନା ଆଦାୟ କରାଯାଇଥିଲା । ଏହି ସମୟରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭୁଦତ ଦାସ, ଏମଟିଏ ବସନ୍ତକୁମାର ବେହେରା, ବାସୁଦେବପୁର ପୈାରପାଳିକାର ଦୁଇଜଣ କର୍ମଚାରୀ ଚଢଉରେ ସାମିଲଥିଲେ । ଏଠାରେ ସୂଚନା ଦିଆଯାଇପାରେ, ବାସୁଦେବପୁର ସହରରେ ଥିବା ବିଭିନ୍ନ ହୋଟେଲ ଓ ରେଷ୍ଟୁରାଂଟମାନଙ୍କ ବାସିଖାଦ୍ୟକୁ ଖାଇବା ପାଇଁ ପରସାଯାଇ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଛି । ଧାମରା ପୋର୍ଟରେ କାର୍ଯ୍ୟରତ କେତେକ କର୍ମଚାରୀ ବାସୁଦେବପୁର ସହରରେ ଭଡା ଘରେ ରହି ଆସୁଥିବା ସହ ବିଭିନ୍ନ ହୋଟେଲରୁ ଖାଦ୍ୟ କିଣି ଖାଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.