Home Top News ନିମାପଡାରେ ଲଜ୍ଜା : ସମ୍ପର୍କୀୟ ଝିଆରୀକୁ ଦୁଷ୍କର୍ମ କଲା ବଡ଼ବାପା, ଅଭିଯୋଗ ଆଣିଲେ ନାବାଳିକା ଓ...

ନିମାପଡାରେ ଲଜ୍ଜା : ସମ୍ପର୍କୀୟ ଝିଆରୀକୁ ଦୁଷ୍କର୍ମ କଲା ବଡ଼ବାପା, ଅଭିଯୋଗ ଆଣିଲେ ନାବାଳିକା ଓ ତାଙ୍କ ମା’

83

ପୁରୀ ୧୯-୫ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ପାଟପୁର ଗ୍ରାମରେ ଲଜ୍ଜା। ନିଜ ସମ୍ପର୍କୀୟ ଝିଆରୀକୁ ଘରେ ପଶି ଦୁଷ୍କର୍ମ କରିବା ଅଭିଯୋଗ କଲେ ପିଡିତା ଓ ତାଙ୍କ ମା’। ଅଭିଯୋଗ ପାଇଁ ନିମାପଡା ପୋଲିସ ଅଭିଯୁକ୍ତ ବଡ଼ବାପାକୁ ଗିରଫ କରି ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ନିମାପଡା ଥାନା ଅନ୍ତର୍ଗତ ପାଟପୁର ଗ୍ରାମରେ ଗତକାଲି ଦିନ ୧୨ ଟା ସମୟରେ ପୀଡ଼ିତାଙ୍କ ବାପା ମା’ ଘରେ ନଥିବା ବେଳେ ଅଭିଯୁକ୍ତ ବଡ଼ବାପା ପୂର୍ଣ୍ଣଚନ୍ଦ୍ର ମହାକୁଡ଼ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିବା ପରେ କୁଆଡେ ପଳାଇ ଯାଇଥିଲା।ପରେ ପିଡ଼ିତା ସବୁକଥା ମା’ଙ୍କୁ ଜଣାଇଥିଲେ। ତାଙ୍କ ମା’ ସହ ପିଡିତା ନିମାପଡା ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଦାବି କରିଥିଲେ। ନିମାପଡ଼ା ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରି ପୋସ୍କୋରେ ମାମଲା ରୁଜୁ କରି ସ୍ବାସ୍ଥ୍ୟକେନ୍ଦ୍ରରେ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଚଳାଇଛନ୍ତି। ଏ ନେଇ ନିମାପଡା SDPO ଅଭିଯୋଗ ପାଇ ଆସାମୀକୁ ଗିରଫ କଉଠି ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.