Home ଓଡ଼ିଶା ନିମନ୍ତ୍ରଣ ରେସ୍ତରାଁ ଉଦଘାଟିତ

ନିମନ୍ତ୍ରଣ ରେସ୍ତରାଁ ଉଦଘାଟିତ

35

ପୁରୀ ୨୩.୧୨ (ଓଡ଼ିଆ ପୁଅ) ଓଡିଆ ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ପୁରୀରେ ଖୋଲିଛି ‘ନିମନ୍ତ୍ରଣ’ ରେସ୍ତରାଁ। ପାନ୍ଥନିବାସ ପରିସରରେ ଓଟିଡିସି ପକ୍ଷରୁ ଏହି ରେସ୍ତରାଁ ଖୋଲାଯାଇଛି। ସୁସ୍ବାଦୁ, ସ୍ବାସ୍ଥ୍ୟ ଅନୁକୂଳ ଓ ପରିଷ୍କାର ଜନିତ ପରିବେଶରେ ଓଡିଆ ଖାଦ୍ୟ ସହ ଚାଇନିଜ ଖାଦ୍ୟ ମଧ୍ୟ ମେନ୍ୟୁରେ ସ୍ଥାନ ପାଇବ। ପରିବାର, ଯୁବବର୍ଗଙ୍କ ସମେତ ବିଭିନ୍ନ ବର୍ଗଙ୍କ ନିମନ୍ତେ ସୁସ୍ବାଦୁ ଖାଦ୍ୟ ଉପଲବ୍ଧ ହେବା ସହ ଭଲ ବ୍ୟବସାୟ କରିବା ନେଇ ଆଶା କରାଯାଉଛି। ସ୍ବତନ୍ତ୍ର ଆଧୁନିକ ଝଲକରେ ନିର୍ମିତ ‘ନିମନ୍ତ୍ରଣ’ର ଖାଇବା କୋଠରୀରେ ସୁବଦିନିଆ ସମୁଦ୍ରକୂଳୀଆ ପବନ ସହ ଉପର ମହଲାରେ ସମୁଦ୍ରକୁ ଦେଖିବାର ମଜ୍ଜା ପର୍ଯ୍ୟଟକ ମାନେ ନେଇପାରିବେ। ଆଗନ୍ତୁକ ମାନଙ୍କୁ ଆତିଥେୟତା ପ୍ରଦାନ ନିମନ୍ତେ ୩୨ ଜଣ ପେଶାଦାରଙ୍କୁ ନିଯୁକ୍ତ କରାଯାଇଛି। ବ୍ଲୁଫ୍ଲାଗ ବିଚ ସନ୍ନିକଟ ଏହି ରେସ୍ତରାଁ ବ୍ଲୁଫାଗ ବୁଲି ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଉପଲବ୍ଧ ହେବା ନେଇ ବ୍ୟବସ୍ଥା କରାଯିବ। ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏହାକୁ ଉଦଘାଟନ କରିଛନ୍ତି। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ ଆର୍ ଯାଦବ, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜକାନ୍ତ ପ୍ରଧାନ, ପାନ୍ଥନିବାସ ପରିଚାଳକ ଶ୍ରୀ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.