Home Top News ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଆକାଶଛୁଆଁ ଦରବୃଦ୍ଧି, ବେକାରୀ ସମସ୍ୟା, ମନଇଛା ଜିଏସଟି, ଅଗ୍ନିପଥ ଯୋଜନା...

ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଆକାଶଛୁଆଁ ଦରବୃଦ୍ଧି, ବେକାରୀ ସମସ୍ୟା, ମନଇଛା ଜିଏସଟି, ଅଗ୍ନିପଥ ଯୋଜନା ଲାଗୁ ପ୍ରତିବାଦରେ ଆସନ୍ତା ଅଗଷ୍ଟ ୫ ତାରିଖ ରାଜ୍ୟ କଂଗ୍ରେସର ରାଜଭବନ ଘେରାଉ

40

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବରୁଦ୍ଧରେ ଅଗଷ୍ଟ ୫ ରାଜ୍ୟ କଂଗ୍ରେସର ରାଜଭବନ ଘେରାଉ

ଭୁବନେଶ୍ୱର ୩.୮ (ଓଡିଆ ପୁଅ)- ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ୧୦ ଘଟିକା ସମୟରେ “ରାଜଭବନ ଘେରାଉ” କରାଯିବ ବୋଲି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୪ ମସିହାରେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ “ଅଛେଦିନ”ର ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ଏହି ୮ବର୍ଷ ଭିତରେ “ଅଛେଦିନ” ପରିବର୍ତେ ଭାରତର ଜନସାଧାରଣର ଦୁର୍ବିସହ ଜୀବନ ବିତାଉଛନ୍ତି। ୨୦୧୪ ମସିହାରେ ୧୫.୨ କେଜି ଘରୋଇ ରନ୍ଧନ ଗ୍ୟାସର ଦାମ ଓଡ଼ିଶାରେ ୪୧୦ ଟଙ୍କା ଥିବାବେଳେ ଆଜି ଏହା ୧୦୮୦ ଟଙ୍କା ପାର ହୋଇ ସାରିଲାଣି। ପେଟ୍ରୋଲ, ଡିଜେଲର ଦାମ ୧୦୦ ଟଙ୍କାକୁ ଅତିକ୍ରମ କରିସାରିଛି। ଲୋକଙ୍କୁ ପେଟକୁ ଲାତମାରି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ୨୫ ଲକ୍ଷ ୫୦ ହଜାର କୋଟିରୁ ଅଧିକ ରାଜସ୍ୱ ଆୟ କରିସାରିଛନ୍ତି। ସେହିଭଳି ଭାବରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ଲଗାଇ ହଜାର ହଜାର କୋଟି ଟଙ୍କା ରାଜସ୍ୱ ଆୟ କରୁଛନ୍ତି। କିନ୍ତୁ ଜନସାଧାଣରଙ୍କୁ ଏଭଳି ମହଙ୍ଗାମାଡ଼ରୁ ରକ୍ଷା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ଠୋସ ପଦକ୍ଷେପ ନେଉନାହାନ୍ତି। ତରବରିଆ ଭାବରେ କେନ୍ଦ୍ର ସରକାର ଜିଏସଟି ଲାଗୁ କଲେ ଏବଂ ସ୍ୱପ୍ନ ଦେଖାଇଲେ ଜିଏସଟି ଦ୍ୱାରା ଜିନିଷପତ୍ରର ଦରଦାମ ବହୁ ମାତ୍ରାରେ କମିଯିବ, ଖାଉଟିମାନେ ଲାଭ ପାଇବେ। କିନ୍ତୁ ଶେଷରେ ଲୋକଙ୍କର ସର୍ବନିମ୍ନ ଆବଶ୍ୟକତା ଚୂଡ଼ା, ମୁଢ଼ି, ଗୁଡ଼, ଚାଉଳ, ଚୂନା, ପନିର, ଅଟା, ପେନସିଲ, କଟର ଖାତା ଇତ୍ୟାଦି ଉପରେ ମଧ୍ୟ ୫% ଜିଏସଟି ଲଗାଇବାକୁ ଭୂଲିଲେ ନାହିଁ। ନରେନ୍ଦ୍ର ମୋଦି ମା’ ମାନଙ୍କ ଆଖିରୁ ଲୁହ ପୋଛିବାପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଗ୍ୟାସର ଦରବୃଦ୍ଧି ଓ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ଯୋଗୁଁ ମା ମାନେ ଚୁଲି ମୁଣ୍ଡରେ ଲୁହ ଗଡ଼ାଉଛନ୍ତି। ସବୁଠାରୁ ଦୁଃଖର କଥା ଯେତେବେଳେ ୫% ଜିଏସଟି ସାଧାରଣ ଖାଦ୍ୟପଦାର୍ଥ ଉପରେ ଲାଗୁ କରାଗଲା, ହେଲେ ଓଡ଼ିଶାର ଅର୍ଥମନ୍ତ୍ରୀ ଏ ବାବଦରେ ଥରୁଟିଏ ପ୍ରତିବାଦ କଲେ ନାହିଁ। ଓଡ଼ିଶାର ସାଧାରଣ ଲୋକଙ୍କର ମୂଢ଼ି, ଚୁଡ଼ା ନିତିଦିନିଆ ଖାଦ୍ୟ। ଏ ସରକାର କେନ୍ଦ୍ର ସରକାରଙ୍କୁ ଏଥିରେ ମଧ୍ୟ ଜିଏସଟି ଲାଗୁ କରିବାପାଇଁ ସହଯୋଗ କଲେ। ମୋଦି ସରକାର ପ୍ରତିବର୍ଷ ୨ କୋଟି ଚାକିରି ଦେବାରେ ପ୍ରତିଶ୍ରୁତି ଦେଇଥିଲା ୮ ବର୍ଷରେ ୧୬ କୋଟି ଚାକିରି ଦେବା ପରିବର୍ତେ ଆଜି ପାଂଖାପାଖି ୧୩ କୋଟିରୁ ଅଧିକ ଲୋକ ନିଜର ଚାକିରି ଓ ରୋଜଗାର ହରାଇଛନ୍ତି। ସବୁଠାରୁ ବଡ଼ କଥା ହେଲା ୨୨ କୋଟି ଶିକ୍ଷିତ ଯୁବକଯୁବତୀ ଏହି ୮ବର୍ଷ ଭିିତରେ ସରକାରୀ ଚାକିରି ପାଇଁ ଆବେଦନ କରିଥିଲା ବେଳେ ମାତ୍ର ୭ଲକ୍ଷ ୨୨ ହଜାରଙ୍କୁ ନିଯୁକ୍ତି ମିଳିଛି। ଠିକ୍ ସେହିଭଳି ଭାବେ ରାଜ୍ୟ ସରକାର ମଧ୍ୟ ପ୍ରତିବର୍ଷ ୨ଲକ୍ଷ ରୋଜଗାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମଞ୍ଜୁରୀପ୍ରାପ୍ତ ମୂଳ ପଦବୀର ୫୦% ହ୍ରାସକରି କେବଳ ଠିକା ନିଯୁକ୍ତି ଓ ସଂପର୍କୀୟ ମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା କମ୍ପାନୀ ମାଧ୍ୟମରେ ଆଉଟସୋର୍ସିଂ କରି ଏ ରାଜ୍ୟର ଶିକ୍ଷିତ ଯୁବକଯୁବତୀଙ୍କ ସହିତ ପ୍ରତାରଣା କରୁଛି। କେନ୍ଦ୍ର ସରକାରରଙ୍କ ତୃଟିପୂର୍ଣ୍ଣ ଜିଏସଟି ନୀତି ଯୋଗୁ ଭାରତବର୍ଷର ଅଣସଂଗଠିତ କ୍ଷେତ୍ର ଆଜି ସଂପୂର୍ଣ୍ଣ ଉଜୁଡ଼ି ଗଲା। ଯଦ୍ୱରାକି ଭାରତବର୍ଷର ୪୨ କୋଟି ଲୋକ ରୋଜଗାର ହରାଇ ଗରିବି ଭିତରକୁ ଠେଲି ହୋଇଗଲେ। ପ୍ରତିରକ୍ଷାକୁ ଶକ୍ତିଶାଳି କରିବା ପରିବର୍ତେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷ ମିଲିଟାଲିରେ ଅଗ୍ନିପଥ ଯୋଜନା ମାଧ୍ୟମରେ ଠିକା ନିଯୁକ୍ତି କରିବାପାଇଁ ନିଷ୍ପତି ନେଇଛନ୍ତି। ଏହାଦ୍ୱାରା ବହୁ ଶିକ୍ଷିତ ଯୁବକଯୁବତୀଙ୍କର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯିବ। ସେନାବାହିନୀରେ ସୌନିକ ସଂଖ୍ୟବି ବର୍ଷକୁ ବର୍ଷ ହ୍ରାସ ପାଇବରେ ଲାଗିବ।ଏ ସବୁକୁ ନେଇ ଆସନ୍ତା ଅଗଷ୍ଟ ୫ ତାରିଖ ରାଜ୍ୟ କଂଗ୍ରେସ ରାଜଭବନ ଘେରାଉ କରାଯିବ। ସେହିଭଳି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଫିସ ବା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ରାଜଭବନ ଘେରାଉ କାର୍ଯ୍ୟକ୍ରମର ସଫଳତା ପାଇଁ ରାଜ୍ୟବାସୀ ଓ କଂଗ୍ରେସ ନେତୃବର୍ଗଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଟୁ ସମାଲୋଚନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀକୁ ମିଡିଆ ସେଲର ଆବାହକ ସତ୍ୟପ୍ରକାଶ ନାୟକ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.