Home ଜିଲ୍ଲା ପରିକ୍ରମା ନିତ୍ୟାନନ୍ଦ ପାଠଗାରରେ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

ନିତ୍ୟାନନ୍ଦ ପାଠଗାରରେ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

25

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ ତମ ଶ୍ରାଦ୍ଧ ବାର୍ଷିକୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ଧାମନଗର ସରକାରୀ ହାଇସ୍କୁଲ ପରିସରରେ ନିତ୍ୟାନନ୍ଦ ପାଠାଗାର କେନ୍ଦ୍ର ଠାରେ ସ୍ଥାପିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପାଠାଗାର କେନ୍ଦ୍ରର ପରିଚାଳକ ଶିକ୍ଷାବିତ୍ ରସାନନ୍ଦ ମହାପାତ୍ରଙ୍କ ସଂଚାଳନା ରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ମହେଶ୍ୱର ସ୍ୱାଇଁ,ଅନୀଲ କୁମାର ବାରିକ,ହୃଦାନନ୍ଦ କର,ଅଭିମନ୍ୟୁ ମଲ୍ଲିକ,ନିରାକାର ଧଳ,ସାମ୍ବାଦିକ ସୁଧାକର ଦାଶ,ସେକ ଜାଫର ଅଲ୍ଲୀ,ସୁଶାନ୍ତ କୁମାର ରାଉତ,ସିଦ୍ଧେଶ୍ୱର ସାମଲ,ଶିକ୍ଷୟିତ୍ରୀ ସୁମତୀ ନାୟକ,ଡକ୍ଟର ହରିପ୍ରିୟା ସେଠୀ,ରାଧାଶ୍ୟମ ପଣ୍ଡା ପ୍ରମୁଖ ଯୋଗ ଦେଇ ଉତ୍କଳମଣୀ ବହୁମୁଖୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ ପୁରୁଷୋତମ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.