Home ଜିଲ୍ଲା ପରିକ୍ରମା ନିଜ ପରିବାରର ସୁରକ୍ଷା ନେଇ ୨୩ ବର୍ଷିୟା କନ୍ୟା ସହ ଧାରଣାରେ ବସିଲେ ଆଶାକର୍ମୀ ରେବତୀ

ନିଜ ପରିବାରର ସୁରକ୍ଷା ନେଇ ୨୩ ବର୍ଷିୟା କନ୍ୟା ସହ ଧାରଣାରେ ବସିଲେ ଆଶାକର୍ମୀ ରେବତୀ

77

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ସାବରଙ୍ଗ ଥାନା ଅଧୀନସ୍ଥ ତୋରଣପଦା ଗ୍ରାମନିବାସୀ ଆଶାକର୍ମୀ ରେବତୀ ମଳିକ ଆଜି ନିଜର ୨୩ ବର୍ଷିୟା ଅବିବାହିତା କନ୍ୟାଙ୍କ ସହ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏ ସଂପର୍କରେ ସେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ କରିଥିବା ଅଭିଯୋଗ ମୂଳେ ଦୀର୍ଘ ୫ ବର୍ଷ ହେବ ତାଙ୍କ ଗ୍ରାମନିବାସୀ ପ୍ରାଥମିକ ଶିକ୍ଷକ କରୁଣାକର ମଳିକ ତିହିଡି ବ୍ଲକ୍‌ର ଶିକ୍ଷକ ଥାଇ ନିଜ ପରିବାରର ଭାଇ ଗଣେଶ ମଳିକ, ଅଙ୍ଗନୱାଡି କର୍ମୀ ପତ୍ନୀ ସୁଷମା ମଳିକ, ସୁବାଷ ଚିନ୍ମୟ ମଳିକ, ପାର୍ଥସାରଥୀ ମଳିକ ପ୍ରମୁଖଙ୍କୁ ନେଇ ଦୀର୍ଘ ୫ ବର୍ଷ ହେବ ସେମାନଙ୍କର ଦଖଲ ଓ ଘରବାରୀ ପଟ୍ଟା ସତ୍ୱରେ ପ୍ରାଚେରୀ ନିର୍ମାଣ କରିବା କାର୍ଯ୍ୟ ଚଳାଇ ଆସୁଛନ୍ତି । ରେବତୀଙ୍କର ସ୍ୱାମୀ ଶ୍ରୀଧର ମଳିକ ଜଣେ ନିରୀହ ଓ ଶାନ୍ତ ସ୍ୱାଭାବର ବ୍ୟକ୍ତି ଥିବାରୁ ତାଙ୍କୁ ନିର୍ଯ୍ୟାତନା ଦେବା ସହ କୋଦାଳ ଓ ଶାବଳରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଗତ ମାର୍ଚ୍ଚ ମାସରେ ପ୍ରଶାସନ ଓ ପୁଲିସ୍ ସହାୟତାରେ ଡୋଜର ଆଣି ତାଙ୍କ ବାଡିରେ ଥିବା ୫/୬ ଟି ଗଛ ତାଡି ପକାଇଛନ୍ତି ।

ଏ ସଂପର୍କରେ ଥାନାରେ କେଶ୍ ଥିଲେ ମଧ୍ୟ ଅପରପକ୍ଷ ଫେରାର ହୋଇଥିବାର ଦର୍ଶାଇ ପୁଲିସ୍ ସେମାନଙ୍କୁ ଗିରଫ କରୁନାହିଁ । ଏ ସଂପର୍କରେ ଅପରପକ୍ଷ ମୋବାଇଲ୍ ମେସେଜ୍‌ରେ ସେମାନଙ୍କ ପରିବାରକୁ ହତ୍ୟା କରିବାର ଧମକ ଦେଉଛନ୍ତି । ଏପରିକି ତାଙ୍କର ୨୩ ବର୍ଷିୟା କନ୍ୟାକୁ ବଳତ୍କାର କରିବାର ଚେତାବନୀ ଦେଇଆସୁଛନ୍ତି । ଏବଂ ତାଙ୍କ କନ୍ୟାର ବୟସ ହୋଇଥିଲେ ମଧ୍ୟ କରୁଣାକରଙ୍କ ପତ୍ନୀ ସୁଷମା ତୋରଣପଦା ଅଙ୍ଗନୱାଡି ସେଣ୍ଟରରେ ଅଙ୍ଗନୱାଡି କର୍ମୀ ଥିବାରୁ ଭୋଟରକାର୍ଡ ଜାଣିଶୁଣି କରୁନାହାଁନ୍ତି । ଅପରପକ୍ଷଙ୍କ ବିରୁଦ୍ଧରେ ବହୁ ମୋକଦ୍ଦମା ଥିଲେ ମଧ୍ୟ କରୁଣାକର ନିଜର ଭାଇ ଗଣେଶ ଶାସକ ଦଳର ନେତା ଥିବାରୁ ଖୋଲମଖୋଲା ଏଭଳି ଗୁଣ୍ଡାରାଜ ଚଳାଇ ଆସୁଛନ୍ତି । ଏଣୁ ତାଙ୍କ ପରିବାର ଏବେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିବାରୁ ଜିଲା ଆରକ୍ଷୀ ଅଧୀକ୍ଷକ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆଜି ରେବତୀ ନିଜର କନ୍ୟାଙ୍କ ସହ ଧାରଣାରେ ବସିବା ପୁଲିସ୍‌ର ମୁଣ୍ଡବ୍ୟଥାର କାରଣ ହୋଇଥିଲା । ପରବର୍ତ୍ତୀ ସମୟରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଯତିନ ପଣ୍ଡା ସେମାନଙ୍କୁ ଡକାଇ ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବା ପରେ ଉକ୍ତ ଧାରଣା ପ୍ରତ୍ୟାହୃତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.