Home କେନ୍ଦୁଝର ନିଜ ନିଜ ଗାଁ ପାଇଁ ଗୌରବ ଆଣିଲେ ସ୍ମୃତିରେଖା ଓ ସନ୍ଦିପ

ନିଜ ନିଜ ଗାଁ ପାଇଁ ଗୌରବ ଆଣିଲେ ସ୍ମୃତିରେଖା ଓ ସନ୍ଦିପ

84

ହାଟଡିହି-୩/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ସ୍ମୃତିରେଖା ଶାସିନି ଓ ସନ୍ଦିପ ପେଡା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯୦ଭାଗରୁ ଉର୍ଦ୍ଧ ନମ୍ବର ରଖି ଉତ୍ତିର୍ଣ୍ଣ ହେବାସହ ନିଜ ଗାଁ ପାଇଁ ଗୌରବ ଆଣିଦେଇଛନ୍ତି । ବେତିରା ଗାଁର ରବିନ୍ଦ୍ର କୁମାର ଶାସିନିଙ୍କ ଝିଅ ସ୍ମୃତିରେଖା ଭୁବନେଶ୍ୱରର ଗୌରବ ଏଚ.ଏସ ସ୍କୁଲରେ ପଢ଼ୁଥିବାବେଳେ ଚଳିତବର୍ଷ ଉଚ୍ଚମାଧ୍ୟମିକ ପରୀୀକ୍ଷାରେ ସେ ୯୧.୬୬ ମାର୍କ ରଖି ସଫଳତାର ସହ ଉତ୍ତିର୍ଣ୍ଣ ହୋଇଛନ୍ତି । ସେ ହାଟଡିହି ହାଇସ୍କୁଲରେ ମାଟ୍ରିକ ପରୀକ୍ଷରାରେ ମଧ୍ୟ ୯୦ଭାଗରୁ ଅଧିକ ନମ୍ବର ରଖି ଏ୧ରେ ସଫଳତା ଅର୍ଜନ କରିଥିଲେ । ସେହିପରି ଶାଳଣିଆଁ ଗ୍ରାମର ପ୍ରଦୀପ କୁମାର ପେଡାଙ୍କ ପୁଅ ସନ୍ଦିପ ପେଡା ଚଳିତବର୍ଷ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ୯୦.୬୬ ମାର୍କ ରଖି ସଫଳତାର ସହ ଉତ୍ତିନ୍ନ ହୋଇ ଗାଁ ପାଇଁ ଗୌରବ ଆଣିଦେଇଛନ୍ତି । ସେ ମଧ୍ୟ ଭୁବନେଶ୍ୱରର ଗୌରବ ଏଚ.ଏସ ସ୍କୁଲ ରେ ଶିକ୍ଷାଲାଭ କରୁଥିଲେ । ତାଙ୍କର ଏହି ସଫଳତାର ଶ୍ରେୟ ନିଜର ପିତାମାତା ଓ ବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଦେଇଛନ୍ତି । ଏହି ଛାତ୍ର ଛାତ୍ରୀମାନଙ୍କ ସଫଳତାରେ ଉଭୟ ଗାଁରେ ଖୁସିର ଲହରୀ ଖେଳିଯାଇଛି । ସ୍ମୃତିରେଖା ଭବିଷ୍ୟତରେ ଜଣେ ଆଇଏଏସ ହେବାକୁ ଲକ୍ଷ ରଖିଥିବାବେଳେ ସନ୍ଦିପ ଜଣେ ସପ୍ଟଓୟାର ଇଞ୍ଜିନିୟର ହେବାକୁ ଲକ୍ଷ ରଖିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.