Home ଜିଲ୍ଲା ପରିକ୍ରମା ନିଗମାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୯୯୫ବ୍ୟାଚ ବନ୍ଧୁ ମିଳନ

ନିଗମାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୯୯୫ବ୍ୟାଚ ବନ୍ଧୁ ମିଳନ

4

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଶଶିକାଦେଇ ପୁର ଠାରେ ଥିବା ନିଗମାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୯୯୫ ମସିହା ମେଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ହୋଇଥିବା ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ରେବତୀକାନ୍ତ ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଶିକ୍ଷକ ରମାନାଥ ଗିରି, ସମ୍ମାନୀତ ଅତିଥି ଭାବେ ଶିକ୍ଷକ ସୁକୁମାର ହାଇତି, କାହ୍ନୁ ଚରଣ ମାଇତି, ପରମେଶ୍ୱର ଦୁଆରୀ,ଖଗଶ୍ୱେର ମଲ୍ଲିକ, ବିଷ୍ନୁଚରଣ ବାରିକ,ଏବଂ ସିଦ୍ଧେଶ୍ୱର ଦୁଆରୀ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିବା ସହ ୧୯୯୫ ବ୍ୟାଚର ୬୬ଜଣ ଛାତ୍ରଛାତ୍ରୀଙ୍କ ଶୁଭ ମନାସି ଥିଲେ। ଆଜିର ଏହି ବନ୍ଧୁ ମିଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହ ଶିକ୍ଷକ ଏବଂ ଛାତ୍ର ମାନଙ୍କ ସମ୍ପର୍କ ଭଳି ସମ୍ପର୍କ ଦୁନିଆରେ ନିଆରା ଏବଂ ଏଭଳି ସମ୍ପର୍କ ସବୁଦିନ ପାଇଁ ରହିଲେ ଛାତ୍ର ସମାଜ ପାଇଁ ଏହା ଏକ ଦିଗଦର୍ଶନ ହୋଇ ପାରି ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା। ହୋଇଥିବା ସଭାରେ ଅରୁଣ କୁମାର ମାଇତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଦୀପକ ମହାନ୍ତି, ଅଜୟ କୁମାର ହାଇତି, ମହେଶ୍ୱର ମାଝୀ, ପ୍ରହ୍ଲାଦ ଦୁଆରୀ, ଦୀପକ ଦାସ, ସୁନୀଲ ଦାସ, ସନ୍ତୋଷ ହାଇତି, ବ୍ରଜକିଶୋର ବେହେରା, ବାସୁଦେବ ମାଇତି, ବାସୁଦେବ ବେରା, ଭରତ ବଳ, ବାସନ୍ତୀ ମାହୁନ୍ତ, ତୃପ୍ତିଲତା ଦାସ, ଶାନ୍ତିଲତା ଦାସ, ବିଜୟ ମହାଳିକ, ପ୍ରଭାକର ମହାକୁଡ, ବନବିହାରୀ ସିଂ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ଏବଂ ସଂଯୋଜନା କରିଥିଲେ। ଶେଷରେ ଦୀପକ ମାହୁନ୍ତ ସମସ୍ତ ଶିକ୍ଷକଙ୍କ ଦୀର୍ଘ ଜୀବନ କାମନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.