Home ଜିଲ୍ଲା ପରିକ୍ରମା ନିଖୋଜ ସାର୍ଥକ ମହାପାତ୍ରଙ୍କ ପରିବାରକୁ ଭେଟିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ନିଖୋଜ ସାର୍ଥକ ମହାପାତ୍ରଙ୍କ ପରିବାରକୁ ଭେଟିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

9

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମର୍ଚାଂଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ନିଖୋଜ ଖବର ହୃଦୟକୁ ମର୍ମାହତ କରିଥିବାବେଳେ ଭଦ୍ରକ ବ୍ଲକ ବେନ୍ତାଳ ଗ୍ରାମ ପଂଚାୟତର କେଶପୁର ଗ୍ରାମରେ ପରିବାର ସହ ଭେଟି ସାନ୍ତ୍ୱନା ଓ ଆଶ୍ୱାସନା ଦେଇଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ପରିବାରର ବେଦନାକୁ ନିଜର ବେଦନା ଭାବି ଘଟଣାକୁ ଗୁରୁତର ସହ ନେଇ ଉଚ୍ଚ ସ୍ତରରେ ଆଲୋଚନା କରି ସଠିକ୍ ସୂଚନା ଓ ଆବଶ୍ୟକ ପଦକ୍ଷେପ ନିଶ୍ଚିତ କରାଯିବ। ଏହା କେବଳ ଗୋଟିଏ ପରିବାରର ଦୁଃଖ ନୁହେ, ସମଗ୍ର ସମାଜର ଦୁଃଖ । ଆମ ସମସ୍ତଙ୍କ ପ୍ରାର୍ଥନା ସାର୍ଥକ ସୁରକ୍ଷିତ ଭାବେ ଘରକୁ ଫେରି ଆସନ୍ତୁ ବୋଲି କହିଛନ୍ତି ଶ୍ରୀ ସାମଲ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ପୌରାଦ୍ଧ୍ୟକ୍ଷା ଗୁଲମକ୍କି ହବିବ, ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ସରପଂଚ ଫରହାତ ଆଲମ ଖାନ, ପାରିଷଦ ପ୍ରଭାତ ମାଝୀ, ଯୁବନେତା ବିକାଶ ଶ୍ରେଷ୍ଠା, ନାସିରୁଦ୍ଧିନ ଖାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.