Home ଜିଲ୍ଲା ପରିକ୍ରମା ନିଖୋଜ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

14

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କିଛି ଦିନ ଧରି ନିଖୋଜ ଥିବା ଗୋଟିଏ ଯୁବକଙ୍କ ମୃତଦେହ ଆଜି ସକାଳେ ମତୋ +୩ ବିଦ୍ୟାଳୟ ପଛପଟ ଗ୍ରାମ ପାଖ ଜଳାଶୟ ଭିତରୁ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ମୌସୁଧା ପଂଚାୟତ ନଳିତା ଗଡିଆ ଗ୍ରାମର ପ୍ରଫୁଲ ବିଶ୍ୱାଳ ଙ୍କ ପୁଅ ଆଲୋକ ବିଶ୍ୱାଳ ବୟସ ୩୪ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ଓ ସାଇଂଟିଫିକ ଟିମ ପହଂଚି ମୃତଦେହ କୁ ବିଜ୍ଞାନୀୟ ତଦନ୍ତ ପାଇଁ ପଠାଇଛି। ସୂଚନା ମୁତାବକ ଆଲୋକ ବାହାର ରାଜ୍ୟକୁ ଦାଦନ ଭାବେ କାର୍ଯ୍ୟ କରିବା ପାଇଁ ଆଜକୁ ୫ଦିନରୁ ଅଧିକ ହେବ ଘରୁ ବାହାରି ଆସିଥିଲା। ଆଜି ସକାଳ ସମୟରେ କୁମାର ପୂର୍ଣ୍ଣମୀ ପାଇଁ ଫୁଲ ତୋଳିବାକୁ ଯିବାବେଳେ ଏକ ଯୁବକ ପାଣିରେ ମରି ଭାସୁଥିବା ଦେଖିବାକୁ ପାଇ ସ୍ଥାନୀୟ ଲୋକେ ମୋତୋ ପୋଲିସ ଫାଣ୍ଡି କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଯୁବକ ମର ଶରୀର ଜବଦ କରିବା ସହିତ ମୃତ ଯୁବକ ର ଠିକଣା ପାଇ ଘର ଲୋକଙ୍କୁ ଖବର ଦେଇଛି। ଘଟଣା ସ୍ଥଳରେ ସାଇଂଟିଫିକ ପହଂଚି ତଦନ୍ତ ଆରମ୍ଭ କରିଛି।ପରିବାର ଲୋକଙ୍କ ଅଭିଯୋଗ, ଯୁବକଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରି ମୃତଦେହକୁ ଲୁଚାଇ ଦିଆଯାଇଛି। ସେମାନେ ଦୋଷୀଙ୍କ ଶୀଘ୍ର ଗିରଫ ଓ କଠୋର ଶାସ୍ତି ଦାବି କରିଛନ୍ତି। ଏପଟେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତିବ୍ର ଚଂଚଳତା ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.