ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ତଳଦୁମୁକା ଗ୍ରାମର ସୁରେନ୍ଦ୍ର ମଳିକଙ୍କ ପୁଅ ସୀତାକାନ୍ତ ମଳିକ (୨୪)ଆଜକୁ ୫ଦିନ ହେବ ନିଖୋଜ ଥିଲେ। ଜାଯପୁର ଜିଲ୍ଲା ମଂଗଳପୁର ଅଞ୍ଚଳର ବୈତରଣୀ ନଦୀରେ ଭାସୁଥିବା ବେଳେ ସ୍ଥାନୀୟ ଲୋକେ ଶବ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ମଙ୍ଗଳପୁର ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରକାଶ ଯେ, ସୀତାକାନ୍ତ ଗତ ୫ଦିନ ତଳେ ଘରୁ ନିଖୋଜ ହୋଇ ଯାଇଥିଲେ। ତାଙ୍କ ପରିବାର ଲୋକ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ। ତେବେ ଶୁକ୍ରବାର ଜାଯପୁର ଜିଲା ମଙ୍ଗଳପୁର ଥାନା ଅଧୀନ ଇଚ୍ଛାପୁର ଗ୍ରାମ ନିକଟରେ ଥିବା ବୈତରଣୀ ନଦୀରେ ଭାସୁଥିବାର ଲୋକମାନେ ଦେଖିବାକୁ ପାଇଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।