Home ଓଡ଼ିଶା ନିଖୋଜ ବାପ-ପୁଅଙ୍କ ମୃତଦେହ ଜଳାଶୟରୁ ଉଦ୍ଧାର

ନିଖୋଜ ବାପ-ପୁଅଙ୍କ ମୃତଦେହ ଜଳାଶୟରୁ ଉଦ୍ଧାର

886

ମୟୁରଭଞ୍ଜ, ତା ୦୫ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ପୁଣି ସାନ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ନିଖୋଜ ବାପ ଓ ପୁଅର ମୃତଦେହ ଜଳାଶୟରୁ ଉଦ୍ଧାର ହୋଇଛି । ଘଟଣା ଅନୁଯାୟୀ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀ ଗ୍ରାମର ବାପ ଓ ପୁଅ ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଆଜି ନିଖୋଜ ବାପ-ପୁଅର ମୃତଦେହ ଜଳାଶୟରୁ ଉଦ୍ଧାର ହୋଇଛି । ମାଣତ୍ରୀ ଶିବମନ୍ଦିର ସଂଲଗ୍ନ ଜଳାଶୟରୁ ଉଭୟଙ୍କ ମୃତଦେହ ମିଳିଛି । କୌଣସି କାରଣରୁ ଜଳରେ ବୁଡି ଯାଉଥିବା ପୁଅର ଜୀବନ ବଞ୍ଚାଇବାକୁ ବାପାକୁ ଜାବୁଡ଼ି ଧରିଥିବା ଭଳି ଦୃଶ୍ୟ ଉଦ୍ଧାର ହୋଇଥିବା ମୃତଦେହରୁ ବାରିହୋଇ ପଡୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ଅନ୍ୟପଟେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏକ ମାମଲା ରୁଜୁ କରିବା ସହ ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି । ଏଥିସହ ବାପ ଓ ପୁଅଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.