Home କୋରାପୁଟ ନିଖିଳ ଓଡିଶା ଦୃଷ୍ଟିବାଧିତ ଛାତ୍ର ସଂଘର ବାର୍ଷିକ ଉତ୍ସବ ଅବସରରେ ସାମାଜିକ ନ୍ୟାୟ ଶୀର୍ଷକ ଅନଲାଇନ...

ନିଖିଳ ଓଡିଶା ଦୃଷ୍ଟିବାଧିତ ଛାତ୍ର ସଂଘର ବାର୍ଷିକ ଉତ୍ସବ ଅବସରରେ ସାମାଜିକ ନ୍ୟାୟ ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର

37

କୋରାପୁଟ ୨୩-୦୧(ଓଡିଆ ପୁଅ/ ରଂଜନ ଦାସ )ନିଖିଳ ଓଡିଶା ଦୃଷ୍ଟିବାଧିତ ଛାତ୍ର ସଂଘର ବାର୍ଷିକ ଉତ୍ସବ ଅବସରରେ ସାମାଜିକ ନ୍ୟାୟ ଶୀର୍ଷକ ଏକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ସରକାରୀ ମହାବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ତଥା ନାବ ଓଡିଶା ଶାଖାର ଅବୈତନିକ ଇନକ୍ଲୁସିଭ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶ ଅଧ୍ୟକ୍ଷତା କରି ଦୃଷ୍ଟିବାଧିତ ସମାଜର ସର୍ବାଙ୍ଗୀନ ଉନ୍‌ନତି ପାଇଁ ସାମାଜିକ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ସହାୟକ ଭତା ,ଯାତାୟତ ଭତା ଓ ଚାକିରୀ ସର୍ତାବଳୀରେ ସ୍ତାନ ସଂରକ୍ଷଣ ନିୟମାବଳୀର ସଂଶୋଧନ ଏବଂ ସଠିକ କାର୍ଯ୍ୟକାରୀତା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନର କର୍ତୃପକ୍ଷଙ୍କ ସେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଆଲୋଚନା ଚକ୍ରରେ ପୂର୍ବତନ ଭିନ୍ନକ୍ଷମ କମିଶନର କସ୍ତୁରୀ ମହାପାତ୍ର ,ଡିଏସଏସଓ ସନ୍ୟାସ ବେହେରା , ଟିସିଏସର ଇଂଜିନିୟର ବିକ୍ରମାଦିତ୍ୟ ବେହେରା ,ଛାତ୍ର ସଂଘର ସଭାପତି ଓ ସଂପାଦକମାନେ ଯୋଗଦାନ କରି ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ ।ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ବୋଲି ଜଣାପଡିଛି ।କୋରାପୁଟ ସରକାରୀ ମହାବିଦ୍ୟାଳୟର ଛାତ୍ରୀ ସରିତା ଭତ୍ରା ପରିଚାଳନାରେ ସହଯୋଗ କରିଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝୁମୁରୀ ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.