Home ଓଡ଼ିଶା ନିଖିଳ ଉତ୍କଳ ବାରିକ ସମିତି ଭୁବନେଶ୍ୱର ମହାନଗର ଶାଖା କାର୍ଯ୍ୟକାରିଣୀ ବୈଠକ ଓ ନୂତନ ବର୍ଷ...

ନିଖିଳ ଉତ୍କଳ ବାରିକ ସମିତି ଭୁବନେଶ୍ୱର ମହାନଗର ଶାଖା କାର୍ଯ୍ୟକାରିଣୀ ବୈଠକ ଓ ନୂତନ ବର୍ଷ ବନ୍ଧୁ ମିଳନ, ବୃତ୍ତିଗତ ବାରିକମାନଙ୍କ ବିକାଶ ପାଇଁ କଲ୍ୟାଣ ବୋର୍ଡ ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ

44

ଭୁବନେଶ୍ୱର ୧୦ା୧ (ଓଡ଼ିଆ ପୁଅ) : ନିଖିଳ ଉତ୍କଳ ବାରିକ ସମିତି, ଭୁବନେଶ୍ୱର ମହାନଗର ଶାଖାର କାର୍ଯ୍ୟକାରିଣୀ ବୈଠକ ଓ ନୂତନ ବର୍ଷ ବନ୍ଧୁମିଳନ ଉତ୍ସବ ସାମାଜିକ ଦୂରତା ବଜାୟ ରଖି ମାସ୍କ ପରିଧାନ କରି ଶାଖା ସଭାପତି ଶ୍ରୀଯୁକ୍ତ ପ୍ରତାପ କିଶୋର ବାରିକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କର୍ମଚାରୀ ଭବନ, ୟୁନିଟ୍‌-୨ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟସଭାପତି ହେମନ୍ତ କୁମାର ବାରିକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସମ୍ପାଦକ ମାୟାଧର ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶାଖା ସମ୍ପାଦକ ଅଲେଖ ଚନ୍ଦ୍ର ବାରିକ କାର୍ଯ୍ୟକାରିଣୀ ବୈଠକ ଓ ନୂତନ ବର୍ଷ ବନ୍ଧୁମିଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ବୃତ୍ତିଗତ ବାରିକମାନଙ୍କ ପାଇଁ କଲ୍ୟାଣବୋର୍ଡ ଗଠନ ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ୱରାନ୍ୱିତ କରିବା, ସମିତିର କାର୍ଯ୍ୟାଳୟ ନିମନ୍ତେ ଭୁବନେଶ୍ୱରରେ ଏକ ସରକାରୀ କ୍ୱାଟର କିମ୍ବା ଲିଜ୍ ସୂତ୍ରରେ ସରକାରୀ ଜମି ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାର, ୫-ଟି’ ସଚିବ, ଓଡ଼ିଶା ସରକାର, ସ୍ୱତନ୍ତ୍ର ଶାସନ ସଚିବ ସାଧାରଣ ପ୍ରଶାସନ ବିଭାଗ, ଓଡ଼ିଶା ସରକାର, ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁବାସ ସିଂହ, ଲୋକସଭା ସାଂସଦ ଡଃ ଅଚ୍ୟୁତ୍ ସାମନ୍ତ, ବିଧାୟକ ତଥା ବିଜୁ ଜନତା ଦଳ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ମହୋଦୟଙ୍କୁ ସମିତିର ରାଜ୍ୟ ସଭାପତିଙ୍କ ଦ୍ୱାରା ଗତ ସପ୍ତାହରେ ପୁନଃ ଅନୁରୋଧକୁ ଗୁରୁତ୍ୱ ଦେଇ ରାଜ୍ୟ ସରକରଙ୍କ ଦ୍ୱାରା ପ୍ରସ୍ତାବିତ ବୃତ୍ତିଗତ ବାରିକମାନଙ୍କ ବିକାଶ ନିମନ୍ତେ କଲ୍ୟାଣବୋର୍ଡ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କୁ ବୈଠକରେ ଅନୁରୋଧ କରାଯାଇଛି। ମହିଳାମାନଙ୍କୁ ସଂଗଠିତ କରିବା ପାଇଁ ଭୁବନେଶ୍ୱର ମହାନଗର ଶାଖାର ଏକ ମହିଳା ମୋର୍ଚ୍ଚା ଗଠନ କରାଯାୟୀ ଶ୍ରୀମତୀ ଅନୁସୟା କୁମାରୀ ବାରିକଙ୍କୁ ମହିଳା ସଭାନେତ୍ରୀ ଭାବେ ମନୋନୀତ କରାଯାଇଛି। ତୃଣମୂଳ ସ୍ତରରୁ ସମିତିର ଲକ୍ଷ୍ୟ ପୂରଣ ପାଇଁ ଆଶିଷ ଯୋଜନାର ଶୁଭାରମ୍ଭ କରାଯାଇଛି। ଉକ୍ତ ବୈଠରେ ଉପସଭାପତି ବିଜୟ କୁମାର ସୁବୁଦ୍ଧି, ଭାଗିରଥି ବାରିକ, ସନାତନ ବାରିକ, ସହସମ୍ପାଦକ ଶ୍ରୀଧର ବାରିକ, ବିବେକାନନ୍ଦ ବାରିକ, କୋଷାଧ୍ୟକ୍ଷ ରୋହିତ କୁମାର ବାରିକ, ଉପଦେଷ୍ଠା ଅମରନାଥ ବାରିକ, ବଂଶୀଧର ଭୋଇ, ଭାରତ ବାରିକ, ସୁନ୍ଦରମୋହନ ବାରିକ, ଗଙ୍ଗାଧର ବାରିକ, ସଭ୍ୟ-ଟୁକୁନା ବାରିକ, ପପୁ ବାରିକ, ସ୍ନେହଲତା ବାରିକ, ନର୍ମଦା ବାରିକ, ସାବିତ୍ରୀ ବାରିକ, ବିନୋଦିନୀ ବାରିକ, ଲକ୍ଷ୍ମୀପ୍ରିୟା ବାରିକ, ମନୋରମା ବାରିକ, ଉଦିତ୍ ମଞ୍ଜରୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଉସଭାପତି ସନାତନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.