Home ଜିଲ୍ଲା ପରିକ୍ରମା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ଭଦ୍ରକ ଶାଖାର ସାଂଗଠନିକ ଓ ସମ୍ବର୍ଦ୍ଧନା ସମାରୋହ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ଭଦ୍ରକ ଶାଖାର ସାଂଗଠନିକ ଓ ସମ୍ବର୍ଦ୍ଧନା ସମାରୋହ

32

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ, ଭଦ୍ରକ ଜିଲ୍ଲା ଶାଖା ତରଫରୁ ଭାଗବତ କଲ୍ୟାଣ ମଣ୍ଡପଠାରେ ସାଂଗଠନିକ ଆଷଳାଚନା ସଭା ସହିତ ନିବ ନିର୍ବାଚିତ ରାଜ୍ୟ ମହାସଚିବଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଭଦ୍ରକ ଜିଲ୍ଳାର ବିଭିନ୍ନ ବ୍ଲକର ସଂଘର କର୍ମକର୍ତ୍ତାମାନେ ଏହି ସମାରୋହରେ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲା ସଭାପତି ବାବୁଲା ରାଉତ ସଭାପତିତ୍ୱ ଏବଂ ଉପସଭାପତି ଭାଷ୍କର ଚନ୍ଦ୍ର ନାୟକଙ୍କ ପୌରାହିତ୍ୟରେ ସାଂଗଠନିକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଜିଲ୍ଳାରେ ଫେଡ଼େରେସନକୁ କିପରି ଅଧିକ ମଜଭୁତ କରାଯାଇ ପାରିବ ସେ ସଂକ୍ରାନ୍ତରେ ବିଭିନ୍ନ ପ୍ରସ୍ତାବ ଆଗତ ହୋଇ ଆଲୋଚନା କରାଯାଇଥିଲା । ଶିକ୍ଷକମାନଙ୍କ ମଧ୍ୟରେ ରହିଥିବା ବିଭିନ୍ନ ଅସଂଗତିକୁ ଦୂର କରିବା ସହିତ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସଂଘ ସର୍ବଦା ସଂଗ୍ରାମ ଜାରି ରଖିଛି । ଦାବି ହାସଲ ହେବା ପର୍ଯ୍ୟ ଏହି ସଂଗ୍ରାମ ଜାରି ରହିବ ବୋଲି ମତ ପ୍ରକାଶ ପାଇଥିଲା । ଜିଲ୍ଳାରେ ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ଷ୍ଟିୟରିଂ କମିଟି ଗଠନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଏହି ସମାରୋହରେ ଅତିଥି ଭାବେ ଭଦ୍ରକ ଜିଲ୍ଲାର ଗର୍ବ ନବ ନିର୍ବାଚିତ ରାଜ୍ୟ ମହାସଚିବ ଚାରୁଲତା ମହାପାତ୍ରଙ୍କୁ ଜିଲ୍ଲା ଶାଖା ଏବଂ ବ୍ଲକ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ମହାପାତ୍ର ବକ୍ତବ୍ୟ ରଖି କହିଥିଲେ କି ଭଦ୍ରକ ଜିଲ୍ଲା ସଂଘ ରାଜ୍ୟର ଏକ ଅଗ୍ରଣୀ ସଂଘ । ରାଜ୍ୟ ସ୍ତରୀୟ ନିଷ୍ପତି ଗ୍ରହଣରେ ଭଦ୍ରକର ଭୂମିକା ସବୁ ସମୟରେ ଆଗରେ ରହି ଆସିଛି । ଜିଲ୍ଲାର ପ୍ରାଥମିକ ଶିକ୍ଷକମାନଙ୍କ ମଧ୍ୟରେ ଯେଉଁ ସମସ୍ୟା ଦୀର୍ଘ ଦିନ ଧରି ସମାଧାନ ହୋଇ ପାରୁନାହିଁ, ତାହାକୁ ସମାଧାନ କରିବା ଦିଗରେ ଶ୍ରୀମତୀ ମହାପାତ୍ର ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ନିର୍ବାଚନ ବିଜୟରେ ଶ୍ରୀମତୀ ମହାପାତ୍ର ଭଦ୍ରକ ଜିଲ୍ଳା ଶାଖାର ସହଯୋଗ ନେଇ କୃତଜ୍ଞତା ଜ୍ଞାପନ କରିଥିଲେ । ସମାରୋହରେ ଜିଲ୍ଳା ସମ୍ପାଦକ ମନୋରଂଜନ ନାୟକ, ସଂଗଠନ ସମ୍ପାଦକ ସମୀର ଜେନା, ସହସମ୍ପାଦକ ରୂପେଶ ସାହୁ, କୋଷାଧ୍ୟକ୍ଷ ଗିରିଧାରୀ ଚଣ୍ଡ, ଭଦ୍ରକ ବ୍ଲକ ସଭାପତି ଅରୁଣ ମଲ୍ଲିକ, ସମ୍ପାଦକ ରାଜେଶ ଦାସ, ତିହିଡ଼ି ବ୍ଳକ ସଭାପତି ମାୟାଧର ସାହୁ, ସମ୍ପାଦକ ରମାକାନ୍ତ ଦାସ, ଭଣ୍ଡାରିପୋଖରୀ ବ୍ଳକର ସଭାପତି ରଂଜନ ମହାନ୍ତି, ସମ୍ପାଦକ ପ୍ରସନ୍ନ ରଥ, ଧର୍ମେନ୍ଦ୍ର ନାରାୟଣ ଜେନା, ସସ୍ମିତା ମଞ୍ଜରୀ ନାୟକ, ଗୀତାଞ୍ଜଳି ନାୟକ, ମିନତୀ ଦାସ, ମିନତୀ ନାୟକ, ଭାଗିରଥୀ ତ୍ରିପାଠୀ, ଜମ୍‌ସୁର ଅଲୀ, ମାନସ ଜେନା, ସରୋଜ ନାୟକ, ରତିକାନ୍ତ ସାହୁ, ସସ୍ମିତା ମହାନ୍ତି, ଲକ୍ଷ୍ମଣ ସୋରେନ, ସବୀର ସିଂ, ବୀରେନ୍ଦ୍ର ମାଝୀ, ସୁରେନ୍ଦ୍ର ମଲ୍ଲିକ, ଶିବ ମଣ୍ଡଳ, ଖିଲାରାମ ହେମ୍ରମ, ଅବଦୁଲ ରବ୍‌, ଶ୍ରୀନାଥ ମଲ୍ଲିକ, ସୁପ୍ରିତ୍ ଖୁଣ୍ଟିଆ, ମନୋରଂଜନ ଦିକ୍ଷୀତ୍‌, ବସନ୍ତ ଦୀକ୍ଷିତ୍‌, ବନମାଳୀ ପତି ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.