Home କଟକ ନିଆଁରେ ପୋଡି ନବବଧୂକୁ ହତ୍ୟା ଅଭିଯୋଗ

ନିଆଁରେ ପୋଡି ନବବଧୂକୁ ହତ୍ୟା ଅଭିଯୋଗ

88

ସାଲେପୁର, ୧୭/୭ (ଓଡ଼ିଆ ପୁଅ/ ଅଭୟ ଜେନା) ସାଲେପୁର ଥାନା ରାଇସୁଙ୍ଗୁଡା କୁମ୍ଭାର ସାହି ଗ୍ରାମରେ ଯୌତୁକ ଜନିତ ପାରିବାରିକ କଳହରୁ ପାଞ୍ଚଦିନ ତଳେ ପୋଡି ହୋଇ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ନବବଧୂର ଗତ କାଲି ମୃତ୍ୟୁ ହୋଇଯାଇଛି। ନବବଧୂଙ୍କ ପରିବାର ପକ୍ଷରୁ ସାଲେପୁର ଥାନାରେ ଶାଶୂଘର ଲୋକଙ୍କ ନାମରେ ହତ୍ୟା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ରାଇସୁଙ୍ଗୁଡା ଗ୍ରାମର ସ୍ୱର୍ଗତ ରସାନନ୍ଦ ବେହେରାଙ୍କ ପୁଅ ଅଜୟ ବେହେରା ୩ ମାସ ତଳେ ଵାରଙ୍ଗ ଥାନା ଫୁଲ ପୋଖରୀ ଅଞ୍ଚଳର ସସ୍ମିତା ବେହେରାଙ୍କୁ ବିବାହ କରିଥିଲେ। ଗତ ୧୨ ତାରିଖ ଦିନ ସସ୍ମିତାକୁ ଗାଧୁଆ ଘରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରି କଟକ ମେଡ଼ିକାଲ ନିଆଯାଇଥିଲା।ସେଠାରେ ତାଙ୍କର ମୃତ ହେବା ପରେ ସସ୍ମିତାଙ୍କ ପରିବାର ପକ୍ଷରୁ ଗତ କାଲି ରାତିରେ ସାଲେପୁର ଥାନାରେ ଶାଶୂଘର ଲୋକଙ୍କ ନାମରେ କିରୋସିନ ଢାଳିନିଆଁ ଲଗାଇ ମାରିଦେଇ ଥିବା ଅଭିଯୋଗ କରିଛନ୍ତି। ଏତଲାକୁ ଭିତ୍ତି କରି ସାଲେପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.