Home ଜିଲ୍ଲା ପରିକ୍ରମା ନାରୀ ମାନଙ୍କ ମଧ୍ୟରେ ରହିଥିବା ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବା ହେଉଛି ଭଦ୍ରକ ସାଂସ୍କୃତିକ ମହୋତ୍ସବର...

ନାରୀ ମାନଙ୍କ ମଧ୍ୟରେ ରହିଥିବା ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବା ହେଉଛି ଭଦ୍ରକ ସାଂସ୍କୃତିକ ମହୋତ୍ସବର ଲକ୍ଷ୍ୟ

5

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧେର୍ଯ୍ୟ, ସ୍ନେହ, ପ୍ରେମ ସହିଷ୍ଣୁତା, ମମତା, ବିଶ୍ୱାସ ଓ ଭକ୍ତି ଭଳି ନା ନା ଗୁଣ ନାରୀ ପାଖରେ ଉପଲବ୍ଧ ରହିଛି । ଯଦି ନାରୀ ନ ଥାନ୍ତା ପ୍ରକୃତି ର ପ୍ରତିରୂପ ହୋଇପାରନ୍ତାନି । ନାରୀହିଁ କେବଳ ନିଜ ଗର୍ଭରେ ଧାରଣ କରିବ ସୃଷ୍ଟିର ସମ୍ବାରକୁ । ନାରୀ ମାନଙ୍କ ମଧ୍ୟରେ ରହିଥିବା ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବା ଓ ଦୁର୍ବଳା ନାରୀକୁ ସବଳା କରିବା ଲକ୍ଷରେ ଭଦ୍ରକ ସାଂସ୍କୃତିକ ମହୋତ୍ସବର ଅଷ୍ଟମ ସନ୍ଧ୍ୟା ରେ ନାରୀ ଶୀର୍ଷକ ଆଲୋଚନା ଚକ୍ରରେ ଅତିଥି ମାନେ ଯୋଗଦେଇ କହିଥିଲେ କମିଟି ର ଉପସଭାପତି ମନୋରମା ରାୟ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପ୍ରଧାନଶିକ୍ଷୟତ୍ରୀ ଜାନକୀ ପାଢ଼ୀ, ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଅଞ୍ଜନା ମିଶ୍ର, ଆଇନଜୀବୀ ଚଇତାଳି ଖିଲାର, କଣ୍ଠ ଶିଳ୍ପୀ ଶଶିକାଳା ମିଶ୍ର, ଯାତ୍ରା ଅଭିନେତ୍ରୀ ବର୍ଷା ବାରିକ ଓ ମୁଖ୍ୟବକ୍ତା ଭାବେ ଲେଖିକା ତଥା କବୟିତ୍ରୀ ସଂଯୁକ୍ତା ବଳ ନାୟକ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ମଂଚ ଆମନ୍ତ୍ରଣ କମିଟିର ସଭାପତି ରବିନାରାୟଣ ଖିଲାର କରିଥିବା ବେଳେ ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର ଅତିଥି ପରିଚୟ ଓ ସଦସ୍ୟା ତେଜଲଷ୍ମୀ ଦାସ ସ୍ୱାଗତ କରିଥିଲେ । ନାୟିକା ବର୍ଷା ବାରିକଙ୍କୁ ତାଙ୍କର ଅଭିନୟ ଓ ନୃତ୍ୟ ପାଇଁ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା କ୍ଷସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି, ପ୍ରଭାତ ଜେନା, ସୀତାକାନ୍ତ ପାଢ଼ୀ, ଅଜୟ ପଣ୍ଡା, ଶୁଭ ଦୀପ ମଲ୍ଲିକ, ଯୁବନେତା ଭବେଶ ସାହୁ, ପ୍ରମୁଖ ସାମ୍ବାଦିକ ମାନେ ନାୟିକା ବର୍ଷା ବାରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଶେଷରେ ଭଦ୍ରକ ର ମନ୍ଦିରା ଡ୍ୟାନ୍ସ ଗ୍ରୁପ ଓ ସାଇ ନୃତ୍ୟ ଏକାଡେମୀ ପିଲାମାନଙ୍କ ମଧ୍ୟରେ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା କୋସାଧ୍ୟକ୍ଷ ପ୍ରିୟ ଦର୍ଶନ ବୋଇତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.