Home ଜିଲ୍ଲା ପରିକ୍ରମା ନାରୀ ନିର୍ଯ୍ୟାତନା ବୃଦ୍ଧିକୁ ନେଇ କଂଗ୍ରେସ ବର୍ଷିଲା

ନାରୀ ନିର୍ଯ୍ୟାତନା ବୃଦ୍ଧିକୁ ନେଇ କଂଗ୍ରେସ ବର୍ଷିଲା

5

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ନାରୀ ସୁରକ୍ଷା ପ୍ରତି କଂଗ୍ରେସ ଗୁରୁତ୍ୱ ଦେଇଛି। ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭଦ୍ରକ ଜିଲା କଂଗ୍ରେସ କମିଟି ତରଫରୁ ନାରୀ ନିର୍ଯ୍ୟାତନା ବୃଦ୍ଧିକୁ ନେଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଜିଲା ସଭାପତି, ବାସୁଦେବପୁର ବିଧାୟକ ତଥା ଡେପୁଟି ଚିଫ୍ ହ୍ୱିପ୍ ଅଶୋକ ଦାସଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସଭାରେ ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବାକୁ ନେଇ କଂଗ୍ରେସ ନେତାମାନେ ଗର୍ଜିଥିଲେ। ଏହି ୮ ମାସ ସରକାରରେ ୧୬ ଶହ ନାରୀ ନିର୍ଯ୍ୟାତନାର ଶୀକାର ହୋଇଥିବା ସହ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରୀ ହଷ୍ଟେଲରେ ଅନ୍ତସତ୍ୱା ହେବା ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇଛି। ବିଶେଷକରି ଅନୁସୂଚିତ ଜାତି, ଜନଜାତି ଓ ଓବିସି କ୍ଷେତ୍ରରେ ନାରୀ ନିର୍ଯ୍ୟାତନା ଅଧିକ ସଂଖ୍ୟାରେ ବଢିଚାଲିଛି। ଗୋଟିଏ ପଟେ ସୁଭଦ୍ରା ଯୋଜନା ଦେଇ ନାରୀ ସଶକ୍ତିକରଣ କରାଯାଉଥିବା କଥା କୁହାଯାଉଥିବାବେଳେ ଅନ୍ୟପଟେ ନାରୀଙ୍କୁ ସୁରକ୍ଷା ଦେବାରେ ଏହି ସରକାର ସଂପୂର୍ଣ୍ଣ ବିଫଳ ହେଉଛି ବୋଲି ଅନୁଷ୍ଠିତ ପ୍ରତିବାଦ ସଭାରେ ନେତାମାନେ ସରକାରଙ୍କ ଉପରେ ବର୍ଷିଥିଲେ। ନାରୀ ସୁରକ୍ଷା ପ୍ରତି କଂଗ୍ରେସ ଗୁରୁତ୍ୱ ଦେଇଛି। ନାରୀମାନଙ୍କ ସୁରକ୍ଷା ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଆମ ଦଳ ଶପଥ ନେଇଛି ବୋଲି ନେତାମାନେ ମତବ୍ୟକ୍ତ କରିଥିଲେ। ଏହି ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ, ଅସିତ୍ ପଟ୍ଟନାୟକ, ନଳିନୀ ମହାନ୍ତି, ବିଦ୍ୟାଧର ଜେନା, ରଂଜନ ବେହେରା, ଦିଗମ୍ବର ଦାସ, ଅମୀୟ ମହାପାତ୍ର, ରାଜେନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ। ପ୍ରତିବାଦ ସଭା ପରେ ଜିଲା ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ ଜିଲା କମିଟିର ଏକ ପ୍ରତିନିଧି ଦଳ ଜିଲା ପ୍ରଶାସନ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.