Home ଜିଲ୍ଲା ପରିକ୍ରମା ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦର ଆଲୋଚନା ଚକ୍ର

ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦର ଆଲୋଚନା ଚକ୍ର

4

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ସ୍ଥିତ ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦର ଏକ ଆଲୋଚନା ଚକ୍ର ପରିଷଦର ସଭାପତି ବିଭୂତିଭୂଷଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି ଯୋଗ ଦେଇ ନାରୀ ନିର୍ଯ୍ୟାତନ ଓ ମାତୃ କୈନ୍ଦ୍ରିକ ପରିବାରର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ନିତ୍ୟାନନ୍ଦ ମଲ୍ଲିକ, ସୁରୁଚିପ୍ରଭା ଦାସ, ରବିକୁମାର ମହାନ୍ତି, ଶିକ୍ଷାବିତ୍ ଶୀତଳ କୁମାର ବେହେରା, ,ସମାଜସେବୀ ସାବିତ୍ରୀ ବାନାର୍ଜୀ, କବି କୃପାସିନ୍ଧୁ ମହାନ୍ତି , ନୀଳମାଧବ ସେନାପତି, କୈଳାସ ଚନ୍ଦ୍ର ବେହେରା, ମୁସ୍ତାକ ଗୈାହର, ଶେଖ୍ ଅବଦୁଲ ଦୟାନ, ଆଶୁତୋଷ କରଣ , ସୁବାସ ମହାନ୍ତି, ବୈକୁଣ୍ଠନାଥ ଓଝା, ରଶ୍ମିତା ମହାନ୍ତି ଓ ଶାନ୍ତିଲତା ଗିରି ର୍ପଭୃତି ବକ୍ତାମାନେ ବକ୍ତବ୍ୟ ରଖିଥିଲେ । କବି ବିଶ୍ୱମୈତ୍ରୀ ନାୟକଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିବାପରେ ସାଧାରଣ ସଂପାଦକ ସଂଯୁକ୍ତା ଭାରତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ କବି ଗାୟତ୍ରୀ ନାୟକ, ରୂପ୍ସା ସାହୁ, ବୈଶାଖୀ ପରିଡ଼ା, ଯଶୋଦା ନାୟକ, ଶ୍ରଦ୍ଧା ସୁମନ ସାହୁ, ରଚନା ପରିଡ଼ା, ପ୍ରିୟାଂଶୁ ସାହୁ, ପ୍ରଜ୍ଞାପାରମିତା ଦାସ, ସ୍ୱାଗତିକା ବେହେରା, ରୀତିରେଖା ମହାଳିକ, ସାଇକ୍ରୀଷ୍ଣା ବାରିକ ଓ ସୁଲଗ୍ନା ଦାସ ପ୍ରଭୃତି ବହୁ କବି ‘ନାରୀ ନରନାରାୟଣୀ’ ଉପରେ ସ୍ୱରଚିତ କବିତା ପାଠ କରିଥିଲେ । ସର୍ବ ଶେଷରେ କବି କୈଳାସଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.