Home ଜିଲ୍ଲା ପରିକ୍ରମା ନାରାୟଣ ଚନ୍ଦ୍ର କଳା ମନ୍ଦିର- ଗ୍ରାମୀଣ କଳା ସଂଗ୍ରହାଳୟ ଏବଂ ପାଠାଗାରର ପ୍ରଥମ ବାର୍ଷିକ ଉତ୍ସବ,ଗୁରୁ...

ନାରାୟଣ ଚନ୍ଦ୍ର କଳା ମନ୍ଦିର- ଗ୍ରାମୀଣ କଳା ସଂଗ୍ରହାଳୟ ଏବଂ ପାଠାଗାରର ପ୍ରଥମ ବାର୍ଷିକ ଉତ୍ସବ,ଗୁରୁ ଶ୍ରୀ ପ୍ରହଲ୍ଲାଦ ପାଣି: ଏକ ଅଦମ୍ୟ ସୃଜନଶୀଳ ଜୀବନ

17

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଳ୍ପୀ ଗୁରୁ ଶ୍ରୀ ପ୍ରହଲ୍ଲାଦ ପାଣି ଙ୍କ ପ୍ରଥମ ବାର୍ଷିକୀ ଉପଲକ୍ଷେ, ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ନାରାୟଣ ଚନ୍ଦ୍ର କଳା ମନ୍ଦିର- ଗ୍ରାମୀଣ କଳା ସଂଗ୍ରହାଳୟ ଏବଂ ପାଠାଗାର’ର ବାର୍ଷିକ ଉତ୍ସବ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଳାକାର ବିରେନ୍ଦ୍ର ପାଣି, ଏବଂ ଆନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ କଳା ଇତିହାସକାର-କଳାକାର ଡକ୍ଟର ରାଜଶ୍ରୀ ବିଶ୍ୱାଳଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁ ଶ୍ରୀ ପ୍ରହଲ୍ଲାଦ ପାଣି ଜଣେ ଅଦମ୍ୟ ସୃଜନଶୀଳ ମୂର୍ତିକାର, ଚିତ୍ରଶିଳ୍ପୀ, କବି, ଲେଖକ, ଆଭ୍ୟନ୍ତରୀଣ ସାଜସଜ୍ଜାକାରୀ ଥିଲେ। ତାଙ୍କର ସୃଜନଶୀଳ ଚିତ୍ର ଏବଂ ମୂର୍ତି ସମସାମୟିକ ସାମାଜିକ ବାସ୍ତବତା, ପୌରାଣିକ କାହାଣୀ ଏବଂ ଇତିହାସ ଦ୍ୱାରା ଗଭୀର ଭାବରେ ଅନୁପ୍ରାଣିତ ଏବଂ ଜୀବନରେ ଏକ ସକାରାତ୍ମକ ପରିବର୍ତନ ପାଇଁ ଉଦ୍ଦିଷ୍ଟ । ଏହି କଂଟାପଡ଼ା ଗ୍ରାମବାସୀ ସମେତ ଭଦ୍ରକ ଜିଲ୍ଲା ଏବଂ ଓଡ଼ିଶାରର ବିଭିନ୍ନ ପ୍ରାନ୍ତ ଲୋକ ଶିଳ୍ପୀଙ୍କ ହାତ ତିଆରି ଚିତ୍ର କଳା ଏବଂ ମୂର୍ତି କୁ ପରିଦର୍ଶନ କରିଥିଲେ ଓ ନବପୀଢ଼ିଙ୍କ ହୃଦୟରେ କଳା ପାଇଁ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ କଳାକାର ବିଶ୍ୱରଞ୍ଜନ କରଙ୍କ ଉପସ୍ଥିତିରେ ଗ୍ରାମ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଶିଳ୍ପୀ ଗୁରୁ ଶ୍ରୀ ପ୍ରହଲ୍ଲାଦ ପାଣିଙ୍କ ‘କଳା ମାଧ୍ୟମରେ ଏକ ନୂତନ ସମ୍ବେଦନଶୀଳତା ସୃଷ୍ଟି ଏବଂ ଗ୍ରାମ୍ୟ ର ଉନ୍ନତି ଦିଗରେ ସଦା ସର୍ବଦା ପ୍ରଚେଷ୍ଟା’ – ଉପରେ ଏକ ସ୍ମୃତି ଚାରଣ ସଭା ର ଆୟୋଜନ ହେଇଥିଲା। ଶ୍ରୀ ପ୍ରହଲ୍ଲାଦ ପାଣି ନିଜ ଜୀବନ କାଳ ରେ ଲେଖିଥିବା ଏକ କବିତା ସଂକଳନ “କାବ୍ୟ ମାଧୁରୀ” ର ଉନ୍ମୋଚନ ମୁଖ୍ୟ ଅତିଥି ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଶ୍ରୀ ପବିତ୍ର ପାଣିଗ୍ରାହୀ, କବୟିତ୍ରୀ ଶ୍ରୀମତି ସୁଚିତ୍ରା ପାଣିଗ୍ରାହୀ, କବି ବିଭୂତି ଭୂଷଣ ପାଣି, କବି ଅଭିଜିତ ନାୟକ, ସହିତ୍ୟ କାର ଅରୁଣ ଖିଲାର, ଗ୍ରାମ୍ୟ କବି ହୃଷୀକେଶ ମହାଳିକ କରିଥିଲେ ଓଅନ୍ୟାନ୍ୟ ସମ୍ମାନିତ ବ୍ୟକ୍ତି ମଧ୍ୟରେ ଫିଲ୍ମ କ୍ରିଟିକ ସୂର‌୍ୟ ଦେଓ, ଫିଲ୍ମ ନିର୍ଦ୍ଦେଶକ ବରଦା ପ୍ରସନ୍ନ ତ୍ରିପାଠୀ, ଅଭିନେତା ସୁଶୀଲ ପୁହାଣ, ଉପସ୍ଥିତ ଥିଲେ ଓ ଏହି ଅବସରରେ ଶିଳ୍ପୀଙ୍କ ନାତୁଣୀ ବର୍ଷା ସମ୍ବିଧା ରାୟ ମଂଚ ପରିଚାଳନା କରିଥିଲେ । ଶିଳ୍ପୀ ଙ୍କ ଧର୍ମ ପତ୍ନୀ ମାଳତୀ ଲତା ଙ୍କ ଅଦମ୍ୟ ଆସ୍ଥା ଓ ପ୍ରେରଣା ରେ ପୁତ୍ର ଓ ପୁତ୍ରବଧୂ ରାଜେନ୍ଦ୍ର, ପ୍ରଜ୍ଞା, ଚିତ୍ରଶିଳ୍ପୀ ବିରେନ୍ଦ୍ର, କଳା ଇତିହାସକାର ରାଜଶ୍ରୀ, କୃଷ୍ଣ ଚନ୍ଦ୍ର, ବିନ୍ଦୁ ଲତା, ଚିତ୍ରଶିଳ୍ପୀ ରାଜୀବ ଲୋଚନ ଓ କଳାକାର ମଞ୍ଜୁଶ୍ରୀ, ଏହି ଗ୍ରାମୀଣ କଳା ସଂଗ୍ରହାଳୟ ଏବଂ ପାଠାଗାର କୁ ଆଗେଇ ନେବା ପାଇଁ ଶତ ଚେଷ୍ଟିତ। ନାତୁଣୀ ସେବା ଓ ବିନତା ସେଥିରେ ସହଯୋଗ ସହିତ ଅତିଥି ଅଭ୍ୟର୍ଥନା କରିଥିଲେ, ନାତି ଆର୍ଯ୍ୟ ଓ ଦୀପ୍ତିମାନ, ସମରେନ୍ଦ୍ର ଓ ସନାତନ ଅନ୍ୟାନ୍ୟ ଦାୟିତ୍ୱ ତୁଲାଇଥିଲେ। ଗ୍ରାମ୍ୟ ର ଅନ୍ୟ ବରିଷ୍ଠ ବ୍ୟକ୍ତି, ଭାଇ, ବନ୍ଧୁ, କୁଟୁମ୍ବ ଓ କଂଟାପଡ଼ା ଗ୍ରାମବାସୀ ଏହି ଅବସର ରେ ପୂର୍ଣ୍ଣ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.