ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ରଣଜିତ ରାଜସ୍ୱ ସର୍କଲ ନୀରିକ୍ଷକ ଆଜି ରଣଜିତରୁ ରିଲିଭ ହୋଇଯାଇଛନ୍ତି। ମାତ୍ର ବିବାଦ ତାଙ୍କ ପିଛା ଛାଡୁନାହିଁ। ନାମଜାରୀ କରିବା ପାଇଁ ଜନୈକ ଆବେଦନକାରୀ ଠାରୁ ୩୨ହଜାର ଟଙ୍କା ନେଇ କାର୍ଯ୍ୟ କରିନଥିଲେ ଆର.ଆଇ ସଶ୍ମିତା ମହାପାତ୍ର। ବଦଳି ହୋଇଯାଉଥିବା ଖବର ପାଇ ଆର.ଆଇ.ଙ୍କୁ ସାକ୍ଷାତ କରିବାରୁ ଗତ ସୋମବାର ୧୦ ହଜାର ଟଙ୍କା ଫେରାଇ ଦେଇଥିଲେ। ଆଜି ରିଲିଭ ହୋଇଯାଉଥିବା ଜାଣି ବାକି ୨୨ ହଜାର ଟଙ୍କା ଫେରସ୍ତ ପାଇଁ ଆଜି କାର୍ଯ୍ୟାଳୟରେ ତାଲା ପକାଇଦେଇଥିଲେ। ଖବର ପାଇ ତହସିଲଦାର ସରୋଜକାନ୍ତ ନାୟକ, ଅତିରିକ୍ତ ତହସିଲଦାର ସତ୍ୟ ଧଳ ପୁଲିସ ସହ ଘଟଣାସ୍ଥଳକୁ ଯାଇ ବୁଝାସୁଝା କରିବା ପରେ ତାଲା ଖୋଲାଯାଇଥିଲା। ଏ ସମ୍ପର୍କରେ ଲିଖିତ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଥିଲେ।